ଚକୋଲେଟରେ ଚାଲୁଛି ଜୀବନ୍ତ ପୋକ

ହାଇଦ୍ରାବାଦର ଜଣେ ଗ୍ରାହକ କ୍ୟାଡବରୀ ଡେରି ମିଲ୍କ ଚକୋଲେଟରୁ ପୋକ ବାହାରିଥିବା ଅଭିଯୋଗ କରିଛନ୍ତି। ଚକୋଲେଟରେ ଜୀବନ୍ତ ପୋକ ଚାଲୁଥିବାର ଏକ ଭିଡିଓ ପୋଷ୍ଟ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ରବିନ୍ ଜୈଚିୟସ ସହରର ମେଟ୍ରୋ ଷ୍ଟେସନରୁ ଏକ କ୍ୟାଡବରୀ ଡେରି ମିଲ୍କ ଚକୋଲେଟ କିଣିଥିଲେ। ଖାଇବାକୁ ଯାଉଥିବା ବେଳେ ଏଥିରେ ସେ ଏକ ବାହାରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ଭିଡିଓ ସେୟାର କରି ରବିନ ଲେଖିଛନ୍ତି, ଆଜି ରତ୍ନଦୀପ ମେଟ୍ରୋ ଅମିରପେଟରୁ ମୁଁ କ୍ୟାଡବରୀ ଚକୋଲେଟ କିଣିଥିଲି। ଏହାକୁ ଖାଇବାକୁ ଯାଉଥିବା ବେଳେ ଏଥିରେ ପୋକ ଚାଲୁଥିବା ମୁଁ ଦେଖିବାକୁ ପାଇଥିଲି। ତାରିଖ ସମାପ୍ତ ହୋଇଯାଉଥିବା ସମାଗ୍ରୀଗୁଡିକ ଯାଞ୍ଚ କରାଯାଉଛି ତ? ସ୍ୱାସ୍ଥ୍ୟ ପାଇଁ ଏହା ବିପଜ୍ଜନକ ଅଟେ । ଏଥିପାଇଁ କିଏ ଦାୟୀ? ରବିନଙ୍କ ଏହି ପୋଷ୍ଟ ପରେ ଭିଡିଓଟି ଖୁବ୍ ଭାଇରାଲ୍ ହୋଇଥିଲା।
ଏହି ପୋଷ୍ଟ ଉପରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ପ୍ରତିକ୍ରିୟା ରଖିଛି। ଏହି ପ୍ରସଙ୍ଗରେ ଖାଦ୍ୟ ନିରାପତ୍ତା ଟିମ୍ AFCGHMCକୁ ସତର୍କ କରାଯାଇଛି ଏବଂ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପୋଷ୍ଟରେ କୁହାଯାଇଛି। କ୍ୟାଡବରୀ ଡେରି ମିଲ୍କ ମଧ୍ୟ ଏହି ପୋଷ୍ଟର ଜବାବ ଦେଇଛି। ରବୀନ କେଉଁଠାରୁ ଚକୋଲେଟ୍ ଟିକୁ କିଣିଥିଲେ ସେ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ କ୍ୟାଡବରୀ କମ୍ପାନୀ ତାଙ୍କୁ ଅନୁରୋଧ କରିଛି।
ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଚକୋଲେଟ କମ୍ପାନି ପରିଚାଳକଙ୍କୁ ଡକା ଯାଉ। ଆଉ ଉକ୍ତ ଚକୋଲେଟ ସ୍ୟାମ୍ପୁଲ ନେଇ ପରୀକ୍ଷା କରାଯାଉ।
Powered by Froala Editor