ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ

ନୂଆଦିଲ୍ଲୀ: ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଦିଆଯିବ ଭାରତ ରତ୍ନ ସମ୍ମାନ । ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ସୂଚନା ଦେଇଛନ୍ତି । ଆଡଭାନୀଙ୍କ ସହ କଥା ହୋଇ ଏନେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ମଧ୍ୟ ମୋଦୀ ଏକ୍ସରେ ଉଲ୍ଲେଖ କରିଛନ୍ତି ।
ଏହାଛଡ଼ା ମୋଦୀ ଉକ୍ତ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଆଡଭାନୀ ଆମ ସମୟର ସବୁଠୁ ସମ୍ମାନୀୟ ରାଷ୍ଟ୍ରନେତା । ଭାରତର ପ୍ରଗତୀ ପାଇଁ ତାଙ୍କର ଅବଦାନ ସ୍ମରଣୀୟ । ଲାଲକୃଷ୍ଣ ଆଡଭାନୀ ତୃଣମୂଳସ୍ତରରୁ ଯାତ୍ରା ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ସ୍ୱରାଷ୍ଟ୍ର ଏବଂ ସୂଚନା ଓ ପ୍ରସାରଣମନ୍ତ୍ରୀଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ସଂସଦୀୟ ଅଭିଜ୍ଞତା ସବୁବେଳେ ଉଦାହରଣ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି ।
ମୋଦି ଆହୁରି ମଧ୍ୟ କହିଛନ୍ତି, " ସେ ତାଙ୍କର ଜୀବନକାଳରେ ଦୀର୍ଘ ଦଶନ୍ଧି ଧରି ସେବା, ସ୍ବଚ୍ଛତା ଏବଂ ଅଖଣ୍ଡତା ପାଇଁ ତାଙ୍କର ପ୍ରତିବଦ୍ଧତା ରହିଛି । ଏହା ଯୋଗୁଁ ରାଜନୈତିକ କ୍ଷେତ୍ରରେ ତାଙ୍କର ଆଦର୍ଶ ମାନ୍ୟତା ରହିଛି । ଜାତୀୟ ଏକତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି । ଭାରତରତ୍ନ ପାଇଁ ତାଙ୍କ ନାମ ସୁପାରିସ କରିବା ମୋ ପାଇଁ ଭାବପ୍ରବଣ ମୁହୂର୍ତ୍ତ । ମୁଁ ଏହାକୁ ସୌଭାଗ୍ୟ ବୋଲି ମନେ କରିବି । ତାଙ୍କ ଠାରୁ ଅନେକ କିଛି ଶିଖିବାର ମୁଁ ସୁଯୋଗ ପାଇଛି । "
Powered by Froala Editor