Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୫ ନବଜାତ ଶାବକଙ୍କୁ ଜନ୍ମ ଦେଲା ମୁଖୀ

  • ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ବିସ୍ଫୋରଣ, ୧୫ ...

  • ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ...

  • ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ...

  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

  • ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ...

  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ...

  • ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବଜେଟ: ଉଡ଼ାଣ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ

ବଜେଟ: ଉଡ଼ାଣ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ

2024-02-01 07:44:14
14991
Share:
Facebook
Twitter
E-Mail
WhatsApp
Telegram
ବଜେଟ: ଉଡ଼ାଣ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ  ପ୍ରଥମ ଓ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ଉଡ଼ାଣ ଯୋଜନାରେ ଆଉ ୫୭୦ ନୂଆ ଏୟାର ରୁଟ କରାଯିବ ବୋଲି ଘୋଷଣା କରିଛନ୍ତି । ୫୭୦ ନୂଆ ରୁଟରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ ।  ଲାକ୍ଷାଦ୍ୱୀପକୁ ଅଧିକ ପର୍ଯ୍ୟଟକ ଆକର୍ଷଣ ବ୍ୟବସ୍ଥା କରାଯିବ । ଲାକ୍ଷାଦ୍ୱୀପରେ ଭିତ୍ତି ଭୂମିର ବ୍ୟାପକ ବିକାଶ କରାଯିବ ।  ସେହିପରି ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

ଏହାଛଡ଼ା ସେ କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି । ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସ ଚାଲୁ ରହିଛି । ସବକା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ତେବେ ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସରକାର ସୁବିଧା ଯୋଗାଉଛନ୍ତି । ଗରିବ, ମହିଳା, ଯୁବ ଓ ଅନ୍ନଦାତାଙ୍କ ଉନ୍ନତିଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଗରିବ କଲ୍ୟାଣ ହେଉଛି ଦେଶର କଲ୍ୟାଣ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ସେହିପରି ସେ କହିଛନ୍ତି  ଯେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି । ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି ।  ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି ।

 ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି । ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି । ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ଓ ୭ଟି ଆଇଆଇଏମ ପ୍ରତିଷ୍ଠା ହୋଇଛି । ୧୩ଟି ଏମସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
ସେହିପରି ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଜି-ଗଭର୍ଣ୍ଣାନ୍ସ, ଡି-ଡେଭଲପମେ, ପି- ପରଫରମାନ୍ସ । ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି । ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।  ୧ କୋଟି ଘରକୁ ୩ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହାଛଡ଼ା ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନସର ଟିକା ଦିଆଯିବ ବୋଲି ସେ କହିଛନ୍ତି । ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା  ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବା ନେଇ ମଧ୍ୟ ସେ କହିଛନ୍ତି ।

୩କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ୮୩ ଲକ୍ଷ ଏସଏଚଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି । ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ସେହିପରି ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’ ଯୋଜନା ବ୍ୟବସ୍ଥା କରାଯାଇଛି । ‘ଜୟ ଅନୁସନ୍ଧାନ’ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ୪୦ ହଜାର ସାଧାରଣ ବଗି ବନେ୍ଦ ଭାରତ ବଗିକୁ ରୂପାନ୍ତର ହେବ । 

ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ । ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଓ ସରଳ କରାଯିବ । ବିକଶିତ ଭାରତକୁ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା କରାଯିବ । ବିତ୍ତୀୟ ନିଅଣ୍ଟକୁ ୪.୫ ପ୍ରତିଶତକୁ ହ୍ରାସ କରାଯିବା ଲକ୍ଷ୍ୟ ରହିଛି । ୨୦୨୪-୨୪ରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତ ହେବା ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

Powered by Froala Editor

Tags Budget

Related articles Odisha News Lens 4.1

  • ୫ ନବଜାତ ଶାବକଙ୍କୁ ଜନ୍ମ ଦେଲା ମୁଖୀ
    ଦେଶ-ଦେଶାନ୍ତର

    ୫ ନବଜାତ ଶାବକଙ୍କୁ ଜନ୍ମ ଦେଲା ମୁଖୀ

    14842
    Nov 21, 2025
  • ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
    ଦେଶ-ଦେଶାନ୍ତର

    ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

    13463
    Nov 20, 2025
  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ
    ମନୋରଞ୍ଜନ

    ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

    14014
    Nov 20, 2025
  • ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ବିସ୍ଫୋରଣ, ୧୫ ମୃତ
    ଦେଶ-ଦେଶାନ୍ତର

    ଫ୍ୟାକ୍ଟ୍ରିରେ ଶକ୍ତିଶାଳୀ ବିସ୍ଫୋରଣ, ୧୫ ମୃତ

    14172
    Nov 21, 2025
  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !
    ମନୋରଞ୍ଜନ

    ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

    14276
    Nov 20, 2025
  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ
    ଦେଶ-ଦେଶାନ୍ତର

    ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

    14291
    Nov 20, 2025
  • ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ
    ଦେଶ-ଦେଶାନ୍ତର

    ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ

    15459
    Nov 21, 2025
  • ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ ...
    ଦେଶ-ଦେଶାନ୍ତର

    ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ ...

    15346
    Nov 20, 2025
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍
    ଦେଶ-ଦେଶାନ୍ତର

    ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍

    13461
    Nov 20, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

    14014
    Nov 20, 2025
  • ଦେଶ-ଦେଶାନ୍ତର

    ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

    14291
    Nov 20, 2025
  • ଦେଶ-ଦେଶାନ୍ତର

    ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ

    15459
    Nov 21, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16858
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16954
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17299
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15771
    Apr 03, 2021

ବିଶେଷ

  • ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ହୋଇପାରେ ମଧୁମେହର ଲକ୍ଷଣ

    15019
    Nov 21, 2025
  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14786
    Nov 19, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14644
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16197
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15213
    Nov 15, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14846
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14726
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14317
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13963
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

    14276
    Nov 20, 2025
  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

    14014
    Nov 20, 2025
  • ୫ ନବଜାତ ଶାବକଙ୍କୁ ଜନ୍ମ ଦେଲା ମୁଖୀ

    14842
    Nov 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In