ରାମଲଲାଙ୍କୁ ୧୧ କୋଟିର ମୁକୁଟ ଦେଲେ ହୀରା ବ୍ୟବସାୟୀ

ଅଯୋଧ୍ୟା ରାମ ମନ୍ଦିରରେ ବହୁ ପ୍ରତିକ୍ଷିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଛି। ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ସମସ୍ତଙ୍କ ମନ ମୋହୁଛି। ନବନିର୍ମିତ ରାମ ମନ୍ଦିର ଲାଗି କୋଟି କୋଟି ଟଙ୍କାର ଦାନ ମିଳୁଛି। ଗୁଜରାଟ ସୁରଟର ଜଣେ ହିରା ବ୍ୟବସାୟୀ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଲାଗି ୧୧ କୋଟି ଟଙ୍କାର ଉପହାରରେ ଦେଇଛନ୍ତି।
ଗ୍ରୀନ୍ ଲାବ୍ ଡାଇମଣ୍ଡ କମ୍ପାନୀର ମାଲିକ ମୁକେଶ ପଟେଲ ୬ କିଲୋଗ୍ରାମ ଓଜନର ମୁକୁଟ ଦାନରେ ଦେଇଛନ୍ତି।ଏଥିରେ ସାଢେ ୪ କିଲୋଗ୍ରାମ ସୁନା ବ୍ୟବହାର ହୋଇଛି। ମୁକୁଟରେ ଛୋଟ ଏବଂ ବଡ ଧରଣର ହୀରା, ମାଣିକ, ମୋତି ଏବଂ ନୀଲମ ରତ୍ନ ଖଞ୍ଜା ଯାଇଛି। ଏହି ମୁକୁଟ ରାମ ଲଲାଙ୍କ ମସ୍ତକରେ ଶୋଭା ପାଉଛି ।
ରାମ ଲଲାଙ୍କ ପାଇଁ ଦାନ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ମୁକେଶ ତୃତୀୟ ସ୍ଥାନରେ ଅଛନ୍ତି। ଅମ୍ବାନୀ ପରିବାର ପକ୍ଷରୁ ରାମ ମନ୍ଦିର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ସୁରତର ହୀରା ବ୍ୟବସାୟୀ ଦୀଲିପ କୁମାର ଅଯୋଧ୍ୟା ଶ୍ରୀ ରାମ ମନ୍ଦିରକୁ ୧୦୧ କିଲୋଗ୍ରାମ ସୁନା ଦାନ କରିଥିଲେ। ଯାହାର ମୂଲ୍ୟ ୬୮ କୋଟି ଟଙ୍କା ହେବ। ଏହି ସୁନାରେ ମନ୍ଦିରର ଦ୍ୱାରରେ ସୁନା ଛାଉଣୀ କରାଯାଇଛି।
Powered by Froala Editor