ପୋଲ ତଳୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର
କେନ୍ଦୁଝର : କେନ୍ଦୁଝର ଯୋଡା ଥାନା କୋହ୍ଲହୁଣ୍ଡୁଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଲ ତଳୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ରକ୍ତ ଭିଜା ପଥର ପଡିଥିବା ଦେଖିବାକୁ ମିଳିଛି। ନାବାଳକଟିକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତକ ଜାମୁକୁଣ୍ଡିଆ ଗାଁର ଶୁକଦେବ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ବାପା ମାଆ ଛେଉଣ୍ଡ ଶୁକଦେବ ଆସପାୟାର ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ମକର ସଂକ୍ରାନ୍ତି ହେତୁ ଗତ ଶନିବାର ଦିନ ସେ ନିଜ ଗାଁକୁ ଆସି ସୋମବାର ସନ୍ଧ୍ୟା ୫ଟାରୁ ଘରୁ ବାହାରି ଯାଇଥିଲେ । ତେବେ ମଙ୍ଗଳବାର ବଡ଼ି ଭୋର ସମୟରେ ସ୍ଥାନୀୟ ଲୋକ ଗାଁ ନିକଟ ପୋଲ ତଳୁ ଶୁକଦେବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲେ । ପରେ ଯୋଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Powered by Froala Editor