ଦିଲ୍ଲୀରେ ଭୂକମ୍ପ ଝଟକା
ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ବ୍ୟତୀତ ଜାମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ କମ୍ପନ ଅନୁଭୂତ ହୋଇଛି। ଉତ୍ତର ଭାରତ ବ୍ୟତୀତ ଆଫଗାନିସ୍ତାନ ଏବଂ ପାକିସ୍ଥାନରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ୬.୧ ତୀବ୍ରତାର ଏକ ଭୂକମ୍ପ ହେବା ପରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଉତ୍ତରପୂର୍ବରେ ୨୪୧ କିମି ଦୂରରେ ଥିଲା ବୋଲି କହିଛି ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)।
ଲୋକେ ଭୂକମ୍ପ ଅନୁଭବ ହେବାମାତ୍ରେ ଘର ଛାଡ଼ି ବାହାରକୁ ଚାଲିଯାଇଥିଲେ । ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ପିର ପଞ୍ଚଲ ଅଞ୍ଚଳରେ ଭୂକମ୍ପ ଅନୂଭତ ହୋଇଥିବାବେଳେ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଏହି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ।
Powered by Froala Editor