ଅବତରଣ ବେଳେ ଜଳିଗଲା ବିମାନ, ୫ ମୃତ
ଅବତରଣ କରିବା ବେଳେ ଜାପାନରେ ଏକ ବିମାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଟୋକିଓ ବିମାନ ବନ୍ଦରରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଘଟିବାର କାରଣ କ'ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାପାନର ନ୍ୟୁଜ୍ ଏଜେନ୍ସି NHK ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି । ଅବତରଣ ପରେ ବିମାନଟି ଅନ୍ୟ ଏକ ବିମାନ ସହ ଧକ୍କା ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ବିମାନ ଦୁର୍ଘଟଣାରେ ୫ ଲୋକ ମୃତ୍ୟୁବରଣ କରିଛନ୍ତି । ଟୋକିଓର ହାନେଡା ବିମାନବନ୍ଦରର ରନ୍ ୱେ (ରନ୍ ୱେ)ରେ ଅବତରଣ କରିବା ସମୟରେ ପାଖରେ ଛିଡ଼ା ହୋଇଥିବା କୋଷ୍ଟଗାର୍ଡର ଏକ ବିମାନ ସହ ଧକ୍କା ଲାଗିଥିଲା । ଫଳରେ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖି ସମଗ୍ର ବିମାନଟି ନିଆଁ କବଳକୁ ଆସିଯାଇଥିଲା । କିନ୍ତୁ ତାପୂର୍ବରୁ ସେଥିରେ ଥିବା ୩୫୦ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇସାରିଥିଲା ।
ଅନେକ ବିଦେଶୀ ଗଣମାଧ୍ୟମ ଏହି ଘଟଣାର ଫୁଟେଜ୍ ଜାରି କରିଛନ୍ତି। ଏଥିରେ ବିମାନର ଝରକା ଓ ତା’ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳୁଛି।
Powered by Froala Editor