ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୋରେନଙ୍କ ପତ୍ନୀ !
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ତାଙ୍କ ପତ୍ନୀ କଳ୍ପନା ସୋରେନ୍ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ମନି ଲଣ୍ଡରିଂ ମାମଲାରେ ଫସିଥିବା ହେମନ୍ତ ସୋରେନଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ବାରମ୍ବାର ସମନ ପଠାଯିବା ପରେ ସେ ହାଜର ହେଉନଥିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହା ପରେ ବିଜେପି ସାଂସଦ ନୀଶିକାନ୍ତ ଦୁବେ ହେମନ୍ତ ସୋରେନ୍ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଓ ତାଙ୍କ ପତ୍ନୀ କଳ୍ପନା ଶାସନ ଭାର ସମ୍ଭାଳିବେ ବୋଲି ଦାବି କରିଛନ୍ତି।
ପତ୍ନୀଙ୍କ ହାତରେ ରାଜ୍ୟର ଦାୟିତ୍ବ ହସ୍ତାନ୍ତର କରିବା ନେଇ ହେଉଥିବା କଳ୍ପନାଜଳ୍ପନାକୁ ଖାରଜ କରି ସେ କହିଛନ୍ତି ଯେ, “ବିଜେପି ଦ୍ୱାରା ମିଥ୍ୟା ପ୍ରଚାର କରାଯାଉଛି। ମୋ ପତ୍ନୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଜେପି ଏବେ କହିବୁଲୁଛି। ମୁଁ ମୋ ପତ୍ନୀଙ୍କୁ କ୍ଷମତା ଦେଇ ଜେଲ ଯିବି ବୋଲି ବିଜେପି ମିଥ୍ୟା ପ୍ରଚାର କରୁଛି।”
ସୂଚନା ଅନୁଯାୟୀ, ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍ ଭୟ କରୁଛନ୍ତି। ତେଣୁ ସେ ନିଜ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଆସନ ହସ୍ତାନ୍ତର କରିବାକୁ ଯୋଜନା କରୁଥିବା ଦାବି କରାଯାଉଛି।
Powered by Froala Editor