ବିଗ ବସ୍ ସେଟ୍ରେ ବଢୁଛି ଝଗଡା: ସ୍ଵାମୀ ଠାରୁ ଛାଡପତ୍ର ମାଗିଲେ ଅଙ୍କିତା
![ବିଗ ବସ୍ ସେଟ୍ରେ ବଢୁଛି ଝଗଡା: ସ୍ଵାମୀ ଠାରୁ ଛାଡପତ୍ର ମାଗିଲେ ଅଙ୍କିତା](https://odishanewslens.com/news_gallery/26747_1703190483.jpg)
ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ 'ପବିତ୍ର ରିସ୍ତା'ରୁ ଅର୍ଚ୍ଚନା ଭୂମିକାର ପାଇଁ ଘରେ ଘରେ ପରିଚିତ ହୋଇଥିଲେ। ଅଙ୍କିତା ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅଙ୍କିତା ବ୍ୟବସାୟ ବିକି ଜୈନଙ୍କୁ ବିବାହ କରିଛନ୍ତି।
ବର୍ତ୍ତମାନ ଦୁହେଁ ବିଗ୍ ବସ୍ ୧୭ ଘରେ ଏଣ୍ଟ୍ରି କରିଛନ୍ତି । ହେଲେ ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଥିଲା। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି।
ଅଙ୍କିତା ଭାବି ଥିଲେ ବିଗ୍ ବସ୍ ଘରକୁ ଯାଇ ତାଙ୍କର ଏବଂ ବିକିଙ୍କ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। କିନ୍ତୁ, ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ଚାଲୁ ନାହିଁ । ଉଭୟଙ୍କ ମଧ୍ୟରେ ଚାଲିଥିବା ତୀବ୍ର ବିତର୍କରେ ପରସ୍ପର ଉପରେ କିଛି ଗମ୍ଭୀର ମନ୍ତବ୍ୟ ଦେଇଥିଲେ। ଅଙ୍କିତା ସିଧାସଳଖ ଭାବେ ବିକିଙ୍କୁ ଛାଡ଼ପତ୍ର ଦେବାକୁ କହିଥିବା ସୋ’ରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି ।
Powered by Froala Editor