ଘଣ୍ଟାଏରେ ୪ ଥର ଭୂକମ୍ପ ଝଟକା
ସୋମବାର ଅପରାହ୍ନରେ ଜମ୍ମୁ -କଶ୍ମୀର ଏବଂ ଲଦାଖରେ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ, ଶ୍ରୀନଗର, ପୁଞ୍ଚ, କିସ୍ତଓ୍ବାଡ, କାର୍ଗିଲ ସମେତ ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି। ଏକ ଘଣ୍ଟା ମଧ୍ୟରେ ଚାରିଥର ଭୂକମ୍ପ ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। କାର୍ଗିଲରେ ଭୂକମ୍ପର କେନ୍ଦ୍ର ସ୍ଥଳ ଥିବା ବେଳେ ଉତ୍ତର ଉତ୍ତର ଭାରତର କିଛି ସ୍ଥାନ ଓ ପାକିସ୍ତାନରେ ମଧ୍ୟ ଝଟକା ଅନୁଭୂତ ହୋଇଛି।
ପ୍ରଥମ ଅପରାହ୍ନ ୩.୪୮, ଦ୍ୱିତୀୟଟି ଅପରାହ୍ନ ୩.୫୭ରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ୩.୮ ରେକର୍ଡ କରାଯାଇଛି। ଏହି ଉଭୟ ଭୂକମ୍ପର କେନ୍ଦ୍ରସ୍ଥଳ ଲଦାଖର କାର୍ଗିଲ ରହିଛି।
ସେହିପରି ତୃତୀୟ ଭୂକମ୍ପ ଅପରାହ୍ନ ୪.୦୧, ଚତୁର୍ଥ ଅପରାହ୍ନ ୪.୧୮ରେ ହୋଇଛି। ଯାହର ତୀବ୍ରତା ୪.୮ ଏବଂ ୩.୬ ମାପ କରାଯାଇଛି। ତୃତୀୟ ଏବଂ ଚତୁର୍ଥ ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ ବିଭାଗର କିଶୋର ଜିଲା କିସ୍ତଓ୍ବାଡ ଥିଲା।
Powered by Froala Editor