ଚର୍ଚ୍ଚାରେ ଭୋପାଳର ଅନ୍ନପୂର୍ଣ୍ଣା ମନ୍ଦିର, କାହିଁକି ଜାଣନ୍ତୁ ?

ଭୋପାଳରେ ଥିବା ଅନ୍ନପୂର୍ଣ୍ଣା ମନ୍ଦିର ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟିକରିଛି । ମନ୍ଦିରରେ ଦାନ ରୂପେ ସାନିଟାରୀ ପ୍ୟାଡ଼ ଗ୍ରହଣ କରାଯାଉଛି । ଏହି ପ୍ୟାଡ଼ଗୁଡ଼ିକୁ ସ୍ଥାନୀୟ ବସ୍ତି ଓ ସରକାରୀ ବାଳିକା ବିଦ୍ୟାଳୟରେ ବଂଟନ କରାଯାଇଥାଏ । ଗୌହାଟୀର କାମାକ୍ଷା ଦେବୀ ମନ୍ଦିର ଅନୁକରଣରେ ଏଭଳି କରାଯାଇଛି । ଫୁଲ ଓ ମିଠା ଅପେକ୍ଷା ମା’ଙ୍କ ପାଖରେ ଗହମ, ଡାଲି ଭଳି ଶସ୍ୟ, ଖାତା, କଲମ, ପେନସିଲ ଓ ସାନିଟାରୀ ପ୍ୟାଡ ଦାନ କରିବାକୁ ଉତ୍ସାହିତ କରାଯାଉଛି । ମନ୍ଦିରରେ ଏଭଳି ନିଆରା ଦାନକୁ ଭକ୍ତମାନେ ଗ୍ରହଣ କରିଥିବାବେଳେ ସାଧାରଣରେ ବି ବେଶ ପ୍ରଶଂସା କରାଯାଉଛି ।
Powered by Froala Editor