ବିବାହ କରିବେ ଏଜାଜ-ପବିତ୍ରା

ଦୀର୍ଘ ଦିନର ଗଲଫ୍ରେଣ୍ଡ ପବିତ୍ରା ପବିତ୍ରା ପୁନିଆଙ୍କ ହାତ ଧରିବେ ଏଜାଜ ଖାନ । ବିବାହ ପୂର୍ବରୁ ନିଜେ ଏଜାଜ୍ ଇନଷ୍ଟା ସାଇଟ୍ରେ ଖୁଲାସା କରିଛନ୍ତି । ଏଜାଜ୍ ଦୁଇଜଣଙ୍କ ଫଟୋକୁ ଏକାଠି କରି ପୋଷ୍ଟ କରିଛନ୍ତି । ନିକଟରେ ସେମାନଙ୍କ ବ୍ରେକ୍ଅପ୍ ଖବର ନେଇ ଚର୍ଚ୍ଚା ହେଉଥିଲା । ଗତ ୩ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ପରେ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ହେଲେ ଏବେ ଏଜାଜ୍ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଫଟୋ ସେୟାର କରିଛନ୍ତି ।
ବିଗ୍ ବସ୍ ୧୪ରେ ଏକାଠି ହୋଇଥିଲେ ପବିତ୍ରା ଓ ଏଜାଜ । ଗତ ବର୍ଷ ଅକ୍ଟୋବରରେ ଦୁଇଜଣ ନିର୍ବନ୍ଧ କରିଥିଲେ। ବିବାହକୁ ନେଇ ଏଜାଜ୍ କହିଥିଲେ କି ସେ ବିବାହ କରିବାକୁ ଚାହାଁନ୍ତିନି । କାରଣ ଏବେ ବହୁତ ବିଜି ରହୁଛି । କିନ୍ତୁ ବହୁତ ଦିନ ପରେ ସେମାନେ ବିବାହ କରିବାକୁ ମନସ୍ଥ କରିଛନ୍ତି । ଦୁର୍ହିଙ୍କ ଫଟୋ ଏକାଠି ନଜର ଆସିବା ପରେ ବିବାହ ତାରିଖକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ।
Powered by Froala Editor