ଦାଦନ ଖଟିବାକୁ ଯାଇଥିଲେ, ୨ ନାବାଳକ ଭାଇଙ୍କ ଚାଲିଗଲା ଜୀବନ
ରାୟଗଡା : ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇଙ୍କର ମୃତ୍ୟୁ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ୨ ଭାଇ ନିର୍ଯାତନାର ଶିକାର ହୋଇଥିଲେ। କୌଶଳ କ୍ରମେ ଖସି ଆସିଥିଲେ ମଧ୍ୟ ଘରେ ପହଞ୍ଚି ପାରିନଥିଲେ। ଟ୍ରେନରେ ଫେରି ରାୟଗଡା ପହଞ୍ଚିଲା ବେଳକୁ ଚାଲି ପାରୁ ନଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆରପିଏଫ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚି ପାରିନଥିଲା। ରବିବାର ଜଣେ ଭାଇର ମୃତ୍ୟୁ ଘଟିଥିବା ବେଳେ ରାତିରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଟିକିରି ଥାନା ମକାପଦର ଗାଁର ହୋଇଥିବା ବେଳେ ୩ ମାସ ତଳେ ଆନ୍ଧ୍ର ଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor