ବିଦ୍ୟୁତ୍ ତାର ଲାଗି ଦୁଇ ନାବାଳକ ମୃତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଡେଇଁପଙ୍କ ଗ୍ରାମ ପଞ୍ଚାୟତର ରମେଶ ବୁଡ଼ (୧୩) ଓ ତାଙ୍କ ସାଙ୍ଗ ଜିତ ଡୁଙ୍ଗ(୧୩) ହାତିଲି ମୁଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଲାଗି ମୃତ୍ୟୁବରଣ କରିଥିବା ବେଳେ ଜିତର ବାପା ନବୀନ ଡୁଙ୍ଗ ଆହତ ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ ଗତକାଲି ଦିନ ବେଳା ରମେଶ ଓ ଜିତ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଘରକୁ ଫେରିଲା ପରେ ଗୋଟିଏ ଛେଳିକୁ ପ୍ରଥମେ ଘରଘର ଖୋଜିଥିଲେ। ହେଲେ ନ ପାଇବାରୁ ୬ଟା ସନ୍ଧ୍ୟାରେ ନିକଟରେ ଥିବା ଜଙ୍ଗଲକୁ ଖୋଜିବା ପାଇଁ ଯାଇଥିଲେ। ସେତେବେଳେ ଗାଁର ଦୁଇ କିମି ଦୂର ଜାଗାକୁ ଯାଇଥିଲେ। ବରହା ମାରିବା ପାଇଁ କେହି ଦୁର୍ବୃତ୍ତ ତାର ବିଛାଇଥିବା ଜାଣି ନ ପାରି ଲାଗି ଯାଇଥିଲେ ଦୁଇ ନାବାଳକ। ଏଣେ ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ବାପା ନବୀନ ଡୁଙ୍ଗ ମଧ୍ୟ୍ୟ ଲାଇନ ତାରରେ ଲାଗି ଯାଇଥିଲେ। ସେତେବେଳେ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ନବୀନ।
ପୁଲିସ ଘଟଣାସ୍ଥଳରୁ ତିନିଜଣଙ୍କୁ ୧୦୮ ଆମ୍ବୁଲାନ୍ସରେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ ଚିକତ୍ସା ପାଇଁ। ସେତେବେଳକୁ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଥିବା ଡାକ୍ତର କହିଥିଲେ। ସୂଚନା ଅନୁସାରେ ଦୁଇ ଜଣ ନାବାଳକ ପଞ୍ଚମ ଶ୍ରେଣୀ ପାଠ ପଢ଼ିବା ପରେ ଏବେ ଛେଳି ଚରାଉଥିଲେ।
Powered by Froala Editor