ଦନ୍ତା ହାତୀର ମୃତ ଦେହ ଠାବ କଲା ବନ ବିଭାଗ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ସାଲେଭଟା ପଞ୍ଚାୟତ କୁନ୍ଦେଇଯୋରୀ ଗାଁ ନିକଟରେ ଏକ ଦନ୍ତା ହାତୀର ମୃତ ଦେହ ଠାବ କରିଛି ବନ ବିଭାଗ। ସୂଚନା ଅନୁସାରେ କିଛିଦିନ ହେଲା କୁନ୍ଦେଇଯୋରୀ ଗାଁ ପାର୍ଶ୍ବବର୍ତ୍ତୀ ଜଙ୍ଗଲରେ ହାତୀମାନେ ରହୁଥିଲେ। ତେବେ ଆଜି ଗାଁ ଠାରୁ କିଛି ଦୂରରେ ଏକ ଦନ୍ତା ହାତୀର ମୃତ ଦେହ ପଡ଼ିଥିବା ବନ ବିଭାଗ ଖବର ପାଇଥିଲା। ରେଢ଼ାଖୋଲ ଡିଏଫ୍ଓ, ସହକାରୀ ବନ ସଂରକ୍ଷକ, ନାକଟିଦେଉଳ ଫରେଷ୍ଟର ଏବଂ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ନେଇ ନାକଟିଦେଉଳ ସହକାରୀ ବନ ସଂରକ୍ଷକ ଅଶ୍ୱିନୀ କୁମାର ବେହେରାଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ପରେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।
Powered by Froala Editor