ପୋଲ ଉଦ୍ଘାଟନ କରି ଫସିଲେ ଆଦିତ୍ୟ ଠାକରେ
ସରକାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଗୋଟାଏ ପୋଲର କିଛି ଅଂଶ ଉଦ୍ଘାଟନ କରିଥିବାରୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ଆଦିତ୍ୟ ଠାକ୍ରେଙ୍କ ନାଁରେ ମାମଲା ରୁଜୁ କରିଛି। କେବଳ ଆଦିତ୍ୟ ଠାକରେ ନୁହନ୍ତି, ସୁନୀଲ ସିନ୍ଦେ, ସଚିନ ଅହିରଙ୍କ ବିରୋଧରେ ବି ରୁଜୁ ହୋଇଛି ମାମଲା। ବିଏମସି ଅନୁମତି ବିନା ଏକ ବ୍ରିଜ ଉଦ୍ଘାଟନ କରିଥିବା ମାମଲାରେ ଛନ୍ଦି ହୋଇଛନ୍ତି ଏହି ନେତାମାନେ।
ରିପୋର୍ଟ ଅନୁସାରେ, ଏଯାବତ୍ ଉକ୍ତ ସେତୁ ନିର୍ମାଣ ଶେଷ ହୋଇନାହିଁ ଏବଂ ଚଳାଚଳ ପାଇଁ ନିରାପଦ ବୋଲି ସାର୍ଟିଫିକେଟ୍ ମିଳି ନ ଥିବାରୁ ଉଦ୍ଘାଟନ କାର୍ଯ୍ୟକୁ ବେଆଇନ ବୋଲି ‘ବିଏମ୍ସି’ ବିଚାର କରିଛି। ପୂର୍ଣ୍ଣାଙ୍ଗ ହୋଇ ନଥିବା ଉକ୍ତ ସେତୁରେ ଯାନବାହନ ଚାଳକଙ୍କ ପ୍ରତି ବିପଦ ଆଶଙ୍କା ରହିଛି ।
କିନ୍ତୁ ଆଦିତ୍ୟ ଠାକରେ ନିଜ ଦଳୀୟ ନେତାଙ୍କ ସହ ମିଶି ଗତ ୧୬ ତାରିଖ ରାତିରେ ଲୋୟର ପରେଲ ବ୍ରିଜକୁ ଉଦ୍ଘାଟନ କରିଦେଇଥିଲେ। ଏହା ପୂର୍ବରୁ ବିଏମସିର ବିନା ଅନୁମତିରେ ଖୋଲା ଯାଇଥିବା ଅଭିଯୋଗ ହୋଇଛି।
Powered by Froala Editor