୮ ବର୍ଷ ପରେ ପୁଣି କଙ୍ଗନା-ମାଧବନ ଯୋଡି

୮ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ କଙ୍ଗନା ଆର. ମାଧବନ । ତେଜସର ସୁପର ଫ୍ଲପ୍ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ କାମ ଆରମ୍ଭ କରିଛନ୍ତି। ଶନିବାର ଦିନ କଙ୍ଗନା ନିଜେ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି । କଙ୍ଗନା ସୁଟିଂ ସମୟର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, “ଚେନ୍ନାଇରେ ଆମେ ଆମର ନୂଆ ଚଳଚ୍ଚିତ୍ର ସୁଟିଂ ଆରମ୍ଭ କଲୁ। ଏହା ଏକ ମନସ୍ତାତ୍ତ୍ୱିକ ଥ୍ରୀଲର । କଙ୍ଗନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ନିର୍ଦ୍ଦେଶକ ଏଲ୍ ବିଜୟଙ୍କ ସହ ଏକ ନୂଆ ଫିଲ୍ମ କରୁଛନ୍ତି। ସେ ଏହି ଫିଲ୍ମ ମାଧବନଙ୍କ ସହ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ତେବେ କଙ୍ଗନା ଏବଂ ମାଧବନ୍ ପୂର୍ବରୁ ‘ତନୁ ୱେଡସ ମନୁ’ରେ ନଜର ଆସିଥିଲେ । ଏହି ଫିଲ୍ମ ଦର୍ଶକଙ୍କ ପସନ୍ଦିତା ହୋଇପାରିଥିଲା । ତେବେ ଦୀର୍ଘ ବର୍ଷ ପରେ ଉଭୟଙ୍କୁ ଏକାଠି ଦେଖିବାକୁ ଦର୍ଶକ ବି ଉତ୍ସାହିତ ଅଛନ୍ତି । ଏହି ଫିଲ୍ମ ସମସ୍ତଙ୍କ ଭଲ ଲାଗିବ ବୋଲି କଙ୍ଗନା ଆଶାବାଦୀ ଅଛନ୍ତି ।
Powered by Froala Editor