କସ୍ମେଟିକ୍ ସର୍ଜରୀବେଳେ ୪ ଥର ହୃଦଘାତ : ବ୍ରାଜିଲ ଅଭିନେତ୍ରୀଙ୍କ ମୃତ୍ୟୁ

କିଛି ଦିନ ହେଲା ଫିଲ୍ମ ଜଗତରେ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ଦୁଇ ମାଲାୟଲମ ଅଭିନେତ୍ରୀଙ୍କ ମୃତ୍ୟୁ ପରେ ବ୍ରାଜିଲର ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି । ୪ ଥର ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଭିନେତ୍ରୀ ଲୁଆନା ଏଣ୍ଡ୍ରେଡ୍। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିଲା।
ସୂଚନା ମୁତାବକ, ଲୁଆନା ହେଉଛନ୍ତି ବ୍ରାଜିଲର ଜଣେ ଫେମସ ମଡେଲ ଆଉ ଅଭନେତ୍ରୀ। ସେ ସାଓ ପାଉଲୋରେ ରୁହନ୍ତି। ସେ ଲିପୋସେକ୍ସନ ସର୍ଜରୀ କରୁଥିଲେ। ଏହା ଏକ କସ୍ମେଟିକ୍ ସର୍ଜରୀ। ଏହି ସମୟରେ ହିଁ ତାଙ୍କୁ ହୃଦ୍ଘାତ ହୋଇଥିଲା। ଏହାପରେ ତାଙ୍କ ସର୍ଜରୀକୁ ଅଧାରେ ବନ୍ଦ କରାଯାଇଥିଲା। ହସ୍ପିଟାଲ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଅପରେସନ୍ ବନ୍ଦ କରିବା ପରେ ତାଙ୍କ ଦେହରେ Pulmonary Embolism(ହୃଦ୍ ସମ୍ବନ୍ଧୀୟ ରୋଗ) ହୋଇଥିବା ଜଣାପଡିଥିଲା। ପରେ ଲୁଆନାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ତାଙ୍କୁ ଔଷଧ ସହିତ ହେମୋଡାଇନାମିକ୍ ଚିକିତ୍ସା ଦିଆଯାଉଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
Powered by Froala Editor