୪୧ କୋଟି ବ୍ୟାଙ୍କ ଘୋଟଲା ମାମଲାରେ ଆପ୍ ବିଧାୟକ ଗିରଫ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବର ଅମରଗଡ଼ରୁ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ସୋମବାର ଗିରଫ କରିଛି। ୪୧ କୋଟି ଟଙ୍କାର ବ୍ୟାଙ୍କ ଘୋଟଲା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେ ଏକ ସାଧାରଣ ସଭାରେ ଯୋଗ ଦେଉଥିବା ବେଳେ ଇଡି ତାଙ୍କୁ ଗିରଫ କରିଥିଲା ।
ପୂର୍ବରୁ ଏହି ମାମଲାରେ ଯଶଓ୍ବନ୍ତି ତିନି ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ବେଖାତିର କରି ହାଜର ହୋଇ ନଥିଲେ । ସୋମବାର ମାଲେରକୋଟଲା ଜିଲ୍ଲାର ଅମରଗଡ଼ଠାରେ ଆପ୍ କର୍ମୀଙ୍କ ଏକ ବୈଠକକୁ ସମ୍ବୋଧିତ କରୁଥିବା ବେଳେ ଜଳନ୍ଧର ଇଡି ଟିମ୍ ଗଜ୍ଜନ ମାଜରାଙ୍କୁ ଅଟକ ରଖିଥିଲା। ଆପକୁ ନିନ୍ଦିତ କରିବା ଲାଗି ଇଡି ଏହି ଗିରଫଦାରୀ କରିଛି ବୋଲି ଦଳର ମୁଖପାତ୍ର ମଲଓ୍ବିନ୍ଦର କାଙ୍ଗ ।
ସେପ୍ଟେମ୍ବର ୨୦୨୨ରେ ଇଡିର ଏକ ଟିମ୍ ଅମରଗଡ଼ରେ ମାଜରାଙ୍କ ପରିବାର ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟ ଏବଂ ତାଙ୍କ ଘର ସମେତ ଗୋଖାଦ୍ୟ କାରଖାନା ଉପରେ ଚଢ଼ାଉ କରିଥିଲା। ଏହା ପୂର୍ବରୁ ସିବିଆଇ ପକ୍ଷରୁ ତାଙ୍କ ନାଁରେ ଏକ ୪୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଉଥିଲା ଓ ତାଙ୍କ ଘର ଓ ଅଫିସ ଉପରେ ଚଢଉ କରିଥିଲା । ପରେ ଏହି ମାମଲାରେ ଇଡି ପକ୍ଷରୁ ମଧ୍ୟ ଆଉ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।
Powered by Froala Editor