ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗ

ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇସୌମେନ୍ଦୁଙ୍କ ବିରୋଧରେ ପୋଲିସ ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ମାମଲା ରୁଜ୍ଜୁ କରିଛି । କାଣ୍ଠି ନଗର ପାଳିକାରୁ ଦୁଇ ଭାଇ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ମ୍ୟୁନିସିପାଲିଟି ପ୍ରଶାସନିକ ବୋର୍ଡର ସଦସ୍ୟ ରତ୍ନଦୀପ୍ ମାନ୍ନା ଏନେଇ ଅଭିଯୋଗ କରିଛନ୍ତିି। ମେ' ୨୯ ମଧ୍ୟାହ୍ନ ୧୨ଟା ୩୦ରେ ଶୁଭେନ୍ଦୁ ଏବଂ ସୌମେନ୍ଦୁଙ୍କ ନିର୍ଦ୍ଦେଶରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଗୋଦାମରୁ ସରକାରୀ ତେରପାଲ ଜୋରଜବରଦସ୍ତ ନିଆଯାଇଥିବା ରତ୍ନଦୀପ୍ କହିଛନ୍ତି। ଯାହାର ମୂଲ୍ୟ ଲକ୍ଷାଧିକ ଥିଲା । ତାଲା ଭାଙ୍ଗି ଅଧିକାରୀ ଭାଇ ଏହି ଚୋରି କରିଥିଲେ ବୋଲି ଏତଲାରେ ରତ୍ନଦୀପ ଅଭିଯୋଗ କରିଛନ୍ତି । ତେବେ ମାମଲା ରୁଜୁ ନେଇ ଶୁଭେନ୍ଦୁ ବର୍ତ୍ତମାନ ସୁଦ୍ଧା କୌଣସି ମତାମତ ପୋଷଣ କରି ନାହାନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ତେବେ ମତଭେଦ କାରଣରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ନନ୍ଦିଗ୍ରାମ ବିଧାନସଭା ଆସନରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ନବ ଗଠିତ ବିଧାନସଭାରେ ସେ ବିରୋଧୀ ଦଳ ନେତା ଅଛନ୍ତି ।
Powered by Froala Editor