ଓଲିଉଡ କଳିରେ ପୁଣି ଏଣ୍ଟ୍ରି ମାରିଲେ ବଲାଙ୍ଗୀର ବିଧାୟକ

ଭୁବନେଶ୍ୱର: ଓଲିଉଡ କଳି ମଧ୍ୟରେ କଂଗ୍ରେସ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୁଣି ଏଣ୍ଟ୍ରି ମାରିଛନ୍ତି । ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥନରେ ନରସିଂହ ମିଶ୍ର ପୁଣି ଥରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ଜଣେ କଳାକାରଙ୍କୁ ଯେଭଳି ଅପମାନ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ବ୍ୟାନ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଏଥିସହ ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଥିବା ସେ କହିଛନ୍ତି । ସମାଧାନ ପାଇଁ ନୁହେଁ, କେବଳ ଖଳି ପଳାଇବାକୁ ଦଣାଣ୍ଡି ହେଉଥିବା ନରସିଂହ କହିଛନ୍ତି । ଏଥିସହ ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି ।
ସେମାନେ କହୁଛନ୍ତି ଭୁଲ ଥିଲେ କ୍ଷମା ମାଗିବୁ । କିନ୍ତୁ ପଶ୍ଚିମ ଓଡ଼ିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ବୋଲି ନରସିଂହ ମିଶ୍ର କହିଛନ୍ତି ।
ପ୍ରକାଶ ଯେ ପୂର୍ବରୁ ନରସିଂହ ମିଶ୍ର ଆଗଲପୁରଠାରେ ଆୟୋଜିତ ଛେଲିଆପାଟ ମହୋତ୍ସବରେ ଯୋଗଦେଇ ମନୋଜ ମିଶ୍ରଙ୍କୁ କରାଯାଇଥିବା ୨ ବର୍ଷର ବାସନ୍ଦକୁ ସେ ନିନ୍ଦା କରିଥିଲେ । ଯଦି ବାସନ୍ଦ ନଉଠିବ, ଓଡ଼ିଶା ଭାଗ ଭାଗ ହୋଇଯିବ ବୋଲି କହିଥିଲେ ।
ପ୍ରଯୋଜକମାନେ ଏଭଳି ନିଷ୍ପତି ପ୍ରତ୍ୟାହାର କରି ମନୋଜଙ୍କୁ ଉଚିତ୍ ସମ୍ମାନ ଦେଇ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଥିଲେ । ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଏପରି ନିଷ୍ପତିକୁ ସଂପୂର୍ଣ୍ଣ ପଶ୍ଚିମ ଓଡ଼ିଶାବାସୀ ବିରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ମନୋଜ ମିଶ୍ରଙ୍କ ସପକ୍ଷରେ ସ୍ୱର ଉଠିଛି ।
Powered by Froala Editor