ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡ଼ାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ମାଛିଲ୍ ସେକ୍ଟରରେ ଅନ୍ଧାର ରାତିର ସୁଯୋଗ ନେଇ ୨ ଆତଙ୍କବାଦୀ ଏଲଓସି ଅତିକ୍ରମ ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ଆତଙ୍କବାଦୀଙ୍କୁ ଘେରି ଯାଇ ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ ।
ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି । ଆହୁରି ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରି ପାରନ୍ତି ବୋଲି ସେନା ଆଶଙ୍କା କରିଛି । ସେନା ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍କୁ ଜୋରଦାର୍ କରାଯାଇଛି ।
Powered by Froala Editor