ଧରାପଡ଼ିଗଲା ଚୋରା ପୀରତି : ପ୍ରେମିକ ସହ ସ୍ତ୍ରୀକୁ ବାହା କରାଇଦେଲେ ସ୍ୱାମୀ

ସ୍ତ୍ରୀ ପାଖରେ ଥାଇ ବି ଆଉ କାହାକୁ ଭଲ ପାଉଛନ୍ତି । ସ୍ୱାମୀ ଏକଥା ଜାଣିନଥିଲେ । ଅନ୍ୟପଟେ ପ୍ରେମିକକୁ ଭୁଲି ପାରୁନଥିଲେ ସ୍ତ୍ରୀ । ପ୍ରେମିକ ଲୁଚି ଲୁଚି ଦେଖା କରିବାକୁ ଆସୁଥିଲା । ହେଲେ ଏକଥା ଜଣାପଡିବା ପରେ ସ୍ୱାମୀ ସ୍ୱଇଚ୍ଛାରେ ପ୍ରେମକ ସହ ସ୍ତ୍ରୀକୁ ବାହା କରାଇ ଦେଇଛି । ଏ ଘଟଣା ଉତ୍ତରପ୍ରଦେଶ ଦେଓରିଆ ଜିଲ୍ଲାରେ ଘଟିଛି । ଘଟଣାଟି ଫିଲ୍ମ ଭଲି ଲାଗୁଥିଲେ ହେଁ ସତ ।
ଦେଓରିଆର ଦମ୍ପତି ବର୍ଷେ ତଳେ ବିବାହ କରିଥିଲେ। ହେଲେ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ରହିଥିବା କଥା ସ୍ବାମୀ ଜାଣି ନ ଥିଲେ। ଶୁକ୍ରବାର ରାତିରେ ବିହାରର ଗୋପାଳଗଞ୍ଜରେ ରହୁଥିବା ପ୍ରେମିକ ଆକାଶ ଶାହା ମହିଳାଙ୍କୁ ଭେଟିବା ପାଇଁ ଶାଶୁଘରେ ପହଞ୍ଚି ଥିଲେ। ପରେ ଦୁହିଁଙ୍କ ପ୍ରେମ ସମ୍ପର୍କ ପଦାକୁ ଆସିଥିଲା। ସ୍ଥାନୀୟ ଲୋକେ ଏହା ଜାଣି ପ୍ରେମିକ ଆକାଶଙ୍କୁ ମାଡ଼ ମାରିଥିଲେ।
ସେତିକିବେଳେ ଆକାଶ ମହିଳାଙ୍କ ସହ ତାଙ୍କର ଦୁଇ ବର୍ଷ ରିଲେଶନଶିପ୍ରେ ରହିଥିବା କହିଥିଲେ। ଏପରିକି ସେ ଅନ୍ୟ ଜଣକୁ ବିବାହ କରିବା ପରେ ମଧ୍ୟ ଆକାଶ ତାଙ୍କୁ ଭୁଲିପାରୁ ନ ଥିବା ଜଣାଇଥିଲେ। ପ୍ରେମିକ ସହ ତାଙ୍କୁ ଛାଡ଼ିଦେବାକୁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ନିବେଦନ କରିଥିଲେ। ସ୍ବାମୀ ଏଥିରେ ରାଜି ହୋଇ ଉଭୟଙ୍କୁ ବିବାହ କରାଇଥିଲେ।
Powered by Froala Editor