ବିଜେପି ସହ ମେଣ୍ଟ କରିବାକୁ ନା କଲା ଏଆଇଏମଡିଏମକେ
ତାମିଲନାଡୁରେ ବିଜେପି ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରି ଦେଇଛି ଏଆଇଏମଡିଏମକେ। ଆମେ ବିଜେପି ସହ ମେଣ୍ଟ କରିବୁ ନାହିଁ ଏବଂ କେବଳ ନିର୍ବାଚନ ସମୟରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ଦଳର ବରିଷ୍ଠ ନେତା ଡି ଜୟକୁମାର କହିଛନ୍ତି। ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ବିବାଦୀୟ ବୟାନ ପାଇଁ ଏଆଇଏମଡିଏମକେ ଏପରି ନିଷ୍ପତ୍ତି ନେଇଛି।
ଆନ୍ନାମଲାଇ ଏଆଇଏମଡିଏମକେର ପ୍ରତିଷ୍ଠାତା ଏମଜିଆରଙ୍କ ମେଣ୍ଟୋର ଦିବଗଂତ ସିଏନ ଆନ୍ନାଦୁରାଇଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଓ ପଲାନିସ୍ୱାମୀଙ୍କ ଏଆଇଏମଡିଏମକେ ବର୍ତ୍ତମାନ ସମୟରେ ବିଜେପି ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛି।
ଦଳର ନେତା ଡି ଜୟକୁମାର ଆଜି କହିଛନ୍ତି, “ବର୍ତ୍ତମାନ ବିଜେପି ସହ ଆଉ କୌଣସି ସମ୍ପର୍କ ନାହିଁ। ଆମେ ମେଣ୍ଟ ସମ୍ପର୍କରେ ନିର୍ବାଚନ ପୂର୍ବରୁ ନିଷ୍ପତ୍ତି ନେବୁ। ବିଜେପିର ରାଜ୍ୟ ସଭାପତି ହେବାକୁ ଆନ୍ନାମଲାଇଙ୍କ ଯୋଗ୍ୟତା ନାହିଁ। ସେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଦିବଗଂତ ନେତାଙ୍କ ବିରୋଧରେ ଅତ୍ୟନ୍ତ ଖରାପ ବୟାନ ଦେଉଛନ୍ତି।’’
ଏହାକୁ ଦଳ ବରଦାସ୍ତ କରିବ ନାହିଁ। ଆନ୍ନାମଲାଇ ଏଆଇଏଡିଏମ୍କେ ସହିତ ମେଣ୍ଟ କରିବାକୁ ଚାହାଁନ୍ତି ନାହିଁ। କିନ୍ତୁ ବିଜେପି କର୍ମୀମାନେ ଆମ ସହ ମେଣ୍ଟ କରିବାକୁ ଚାହାଁନ୍ତି। କିନ୍ତୁ ଆମ ନେତାଙ୍କ ସମାଲୋଚନାକୁ ଆମେ ସହ୍ୟ କରିବୁ ନାହିଁ। ବିଜେପି ଏମିତି କରି ଭୋଟ ହାତେଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।
Powered by Froala Editor