ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ : ଏଭଳି କହିବା ନୁହେଁ ଅପମାନ
ନିକଟରେ ବମ୍ବେ ହାଇକୋର୍ଟ ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି କହିଛନ୍ତି ଯେ ଘରେ ସ୍ବାମୀ ସ୍ତ୍ରୀ ପରସ୍ପରକୁ କହୁଥିବା କଥା- ‘ତୁମର କୌଣସି ବୁଦ୍ଧି ନାହିଁ, ତୁମେ ପାଗଳ’ ଭଳି ନୀତିଦିନିଆ ସାଧାରଣ କଥାକୁ ଅପମାନଜନକ ବୋଲି ବିବେଚନା କରାଯାଇପାରିବ ନାହିଁ । ଆଇନଗତ ଏବଂ କୋର୍ଟ ମାମଲା ରିପୋର୍ଟ କରୁଥିବା ଏକ ୱେବସାଇଟ ବାର୍ ଆଣ୍ଡ ବେଞ୍ଚ ଅନୁଯାୟୀ ଜଷ୍ଟିସ ନିତିନ ସାମ୍ବ୍ରେ ଏବଂ ଶର୍ମିଲା ଦେଶମୁଖଙ୍କ ଡିଭିଜନ ବେଞ୍ଚ କହିଛନ୍ତି ଯେତେବେଳେ ଲୋକମାନେ ଘରେ ମରାଠୀ କୁହନ୍ତି, ସେତେବେଳେ ଏପରି ଜିନିଷ ସାଧାରଣ ଅଟେ ଏବଂ ଏହା ଅପମାନଜନକ ବୋଲି ବିବେଚନା କରାଯାଇପାରିବ ନାହିଁ।
ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) ଭଳି ସ୍ବାମୀଙ୍କ ପ୍ରତି ସ୍ତ୍ରୀଙ୍କ ଏଭଳି ସାଧାରଣ ବକ୍ତବ୍ୟକୁ ଅପମାନ ଜନକ ବିବେଚନା କରାଯିବ ନାହିଁ। ଏହିପରି ବିବୃତ୍ତିର ପ୍ରସଙ୍ଗ କୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ନୁହେଁ ।
ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ବାମୀ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ଏବଂ ତାଙ୍କ ଉପରେ ପାଟି କରୁଥିଲେ। ସେହିପରି ସ୍ବାମୀ ଅଭିଯୋଗ କରିଥିଲେ ସ୍ତ୍ରୀ ତାଙ୍କୁ ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) କହିଥିଲେ। ତେବେ ବମ୍ବେ ହାଇକୋର୍ଟ କହିଛନ୍ତି ସ୍ବାମୀଙ୍କ ପ୍ରତି ସ୍ତ୍ରୀଙ୍କ ଏଭଳି ସାଧାରଣ ବକ୍ତବ୍ୟକୁ ଅପମାନ ଜନକ ବିବେଚନା କରାଯିବ ନାହିଁ। ଏହିପରି ବିବୃତ୍ତିର ପ୍ରସଙ୍ଗ କୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ନୁହେଁ । ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ହାଇକୋର୍ଟ ।
Powered by Froala Editor