ଟିକା ଆଣିବା ପାଇଁ ସବୁଆଡ଼ୁ ଚେଷ୍ଟା କରୁଛୁ :ଡିଏମଇଟି
ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସ୍ଥାନରେ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । ତେବେ ଟିକା ଆଣିବା ପାଇଁ ସବୁଆଡ଼ୁ ଚେଷ୍ଟା କରୁଛୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
ସେ କହିଛନ୍ତି ଯେ, ଚେଷ୍ଟା ଭୁଲ ନୁହେଁ । ଆମେ ଗ୍ଲୋବାଲ ଟେଣ୍ଡର କରି ଚେଷ୍ଟା କରିଥିଲୁ । ଗ୍ଲୋବାଲ ଟେଣ୍ଡର ଅର୍ଥ ନୁହେଁ ଆମେ ପାଇବୁ ବୋଲି ଗ୍ୟାରେଣ୍ଟି ରହିଛି । ଆମେ ପରିସ୍ଥିତିକୁ ଦେଖି କ’ଣ ପଦକ୍ଷେପ ନିଆଯାଇ ପାରିବ ସ୍ଥିର କରିବୁ । ବିଦେଶରୁ ଟିକା ଆଣିବାରେ ପୂର୍ବରୁ କଟକଣା ଥିଲା । ଯେଉଁଥି ପାଇଁ ଆମେ ବିଫଳ ହୋଇଛୁ । ଏବେ କଟକଣା କୋହଳ ହେଲାଣି । ଏବେ ଆମ ପାଖରେ ଟିକା ଆଣିବା ପାଇଁ ଆଉ ଏକ ସ୍କୋପ ଅଛି । କରୋନାର ତୃତୀୟ ଲହର କେବେ ଆସିବ । ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତେବେ ରାଜ୍ୟ ସରକାର ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
Powered by Froala Editor