Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 04, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

କୋଲେଷ୍ଟରଲ କମାଏ ଅଁଳାରସ

ରାଜ୍ୟ
Home ›› ରାଜ୍ୟ ››ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ସେବାଯତ୍ନ

ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ସେବାଯତ୍ନ

2021-06-03 10:48:26
14404
Share:
Facebook
Twitter
E-Mail
WhatsApp
Telegram
ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ସେବାଯତ୍ନ


ଭୁବନେଶ୍ୱର - ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍‌ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି । ତେଣୁ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜିମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍‌ ଘୋଷଣା କରାଯାଇଛି ।


ପିଭିଟିଜିମାନଙ୍କ ନିମନ୍ତେ ଜରୁରୀକାଳୀନ ପ୍ୟାକେଜ୍‌ଗୁଡ଼ିକ ହେଉଛି


 ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବଣ୍ଟନ,

 କୋଭିଡ୍‌ ଆକ୍ରାନ୍ତ ସମସ୍ତ ପରିବାରକୁ ୨ ହଜାର ୫୦୦ ଟଙ୍କା ମୂଲ୍ୟର ଶୁଖିଲା ରାସନ୍‌ କିଟ୍‌ ଯୋଗାଣ,

 କୋଭିଡ୍‌ ଆକ୍ରାନ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପ୍ରତିଦିନ ୧୦୦ ଟଙ୍କା ସହିତ ୧୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ,

 ପ୍ରାଚୀନ ଜନଜାତି ଗୋଷ୍ଠୀ ପରିବାରର ଘରକୁ ଘର ଯାଇ ସର୍ଭେ ଓ ସ୍କ୍ରିନିଂ କରାଯାଇ କୋଭିଡ୍‌ ଲକ୍ଷଣ ନିରୁପଣ,

 ପ୍ରାଚୀନ ଜନଜାତି ଗ୍ରାମାଞ୍ଚଳରେ କାର୍ଯ୍ୟରତ କମୁ୍ୟନିଟି ରିସୋର୍ସ ପରସନ୍‌ଙ୍କୁ ୪ ମାସ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ,

 ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ଅଧୀନରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ କିଟ୍‌ ସହ ଜୀବନବୀମାର ପରିସରଭୁକ୍ତ କରାଯାଇଛି ।


ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ ସହିତ ଗ୍ରାମ ସ୍ତରରେ ସଙ୍ଗରୋଧ କେନ୍ଦ୍ର ମାଇକ୍ରୋ ଏଜେନ୍ସି ଓ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା ସହିତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ନିମନ୍ତେ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ପ୍ରାଚୀନ ଜନଜାତିମାନେ ବାସ କରୁଥିବା ସମସ୍ତ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରାଚୀନ ଜନ ଜାତି ଗୋଷ୍ଠୀର ବ୍ୟକ୍ତିମାନ ଙ୍କୁ କୋଭିଡ୍‌ ସଚେତନତା ନିମେ; ସ୍ଥାନୀୟ ଭାଷାରେ ମାଇକ ରେ ପ୍ରଚାର ସହିତ ପୋଷ୍ଟର ଓ ବ୍ୟାନର ଯୋଗେ ସଚେତନ କରାଯାଉଛି ।


ମୋବାଇଲ ଫୋନ୍‌ରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରେରଣ କରାଯାଉଛି । ଆଶା, ଅଙ୍ଗନବାଡ଼ି ଓ ଏଏନ୍‌ଏମ୍‌ କର୍ମୀମାନେ ସି.ଆର୍‌.ପିଙ୍କ ସହିତ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟର ଯୋଗେ ପ୍ରାଚୀନ ଜନଜାତିମାନଙ୍କ କୋଭିଡ୍‌ ପରୀକ୍ଷା କରୁଛନ୍ତି । ଏକାଥରକେ ଅଧିକ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ନିମନ୍ତେ ବ୍ଲକ୍‌ ସ୍ତରରେ ର୍ୟାପିଡ୍‌ ରେସ୍‌ପନ୍ସ ଟିମ୍‌ କାର୍ଯ୍ୟ କରୁଛନ୍ତି ଓ ଆବଶ୍ୟକତା ଅନୁସାରେ କୋଭିଡ୍‌ ଆକ୍ରାନ୍ତଙ୍କୁ ଆଇସୋଲେସନ୍‌/କ୍ୱାରାଣ୍ଟାଇନ୍‌ ସେଣ୍ଟର/ କୋଭିଡ୍‌ କେୟାର ହସ୍‌ପିଟାଲ୍‌ ପଠାଯାଉଛି । 


ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୧୪ଟି ଜିଲ୍ଲାରେ ବସବାସ କରୁଥିବା ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ସୁରକ୍ଷା ନିମନ୍ତେ ବିଭାଗ ସଦାସର୍ବଦା ଜାଗ୍ରତ ରହିଛି । ଓଡ଼ିଶାର ୫୪୧ଟି ଗ୍ରାମରେ ୨୭,୩୦୮ଟି ପିଭିଟିଜି ପରିବାର ରହିଛି । ୧୭ଟି ପୁରୁଣା ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ଅଞ୍ଚଳରେ ୧ ଲକ୍ଷ ୩୪ ହଜାର ଲୋକ ରହିଛନ୍ତି । ନୂତନ ଭାବେ ଚିହ୍ନଟ ହୋଇଥିବା ୧୧୩୮ଟି ପିଭିଟିଜି ଗ୍ରାମରେ ୩୬,୯୦୬ ପରିବାର ରହିଛି । ଆଉ ୧ ଲକ୍ଷ ୬୦ ହଜାର ୪୦୧ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତି ରହିଛନ୍ତି । କେଉଁଝର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ମଧ୍ୟ ପ୍ରତିଷ୍ଠା କରାଯାଇଛି ।


ପ୍ରାଚୀନ ଜନଜାତିମାନଙ୍କୁ କୋଭିଡ୍‌ ସଂକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ରାଜ୍ୟସ୍ତରରେ ଗଠିତ ମନିଟରିଂ କମିଟି ପ୍ରତ୍ୟହ ମନିଟର କରୁଛନ୍ତି । 

Powered by Froala Editor

Tags covid, tribe

Related articles Odisha News Lens 4.1

  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ
    ବିଶେଷ

    ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    14979
    Jun 03, 2025
  • ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ
    ମନୋରଞ୍ଜନ

    ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

    15259
    Jun 02, 2025
  • ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ
    ଦେଶ-ଦେଶାନ୍ତର

    ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ

    14263
    Jun 02, 2025
  • ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ
    ଦେଶ-ଦେଶାନ୍ତର

    ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ

    13751
    Jun 02, 2025
  • ୮ରେ ମହାକାଶକୁ ଯାତ୍ରା କରିବେ ବାୟୁସେନା ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା
    ଦେଶ-ଦେଶାନ୍ତର

    ୮ରେ ମହାକାଶକୁ ଯାତ୍ରା କରିବେ ବାୟୁସେନା ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା

    14117
    Jun 03, 2025
  • ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଅବଦୁଲ ଅଜିଜ ଏସାରକୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଅବଦୁଲ ଅଜିଜ ଏସାରକୁ ଗୁଳି କରି ହତ୍ୟା

    14082
    Jun 03, 2025
  • ପାଦରୁ ଜୋତା ନଖୋଲି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ
    ଦେଶ-ଦେଶାନ୍ତର

    ପାଦରୁ ଜୋତା ନଖୋଲି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ

    14169
    Jun 03, 2025
  • ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ
    ଦେଶ-ଦେଶାନ୍ତର

    ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ

    13521
    Jun 03, 2025
  • ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା
    ମନୋରଞ୍ଜନ

    ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା

    15534
    Jun 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୮ରେ ମହାକାଶକୁ ଯାତ୍ରା କରିବେ ବାୟୁସେନା ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା

    14117
    Jun 03, 2025
  • ମନୋରଞ୍ଜନ

    ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

    15259
    Jun 02, 2025
  • ବିଶେଷ

    କୋଲେଷ୍ଟରଲ କମାଏ ଅଁଳାରସ

    13378
    Jun 03, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16641
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16932
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15469
    Apr 03, 2021

ବିଶେଷ

  • କୋଲେଷ୍ଟରଲ କମାଏ ଅଁଳାରସ

    13378
    Jun 03, 2025
  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    14979
    Jun 03, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    15150
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15523
    Jun 02, 2025
  • ସିଝା ଅଣ୍ଡାରେ ମାଲିସ୍‌

    15229
    Jun 01, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15687
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16302
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14011
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14809
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୮ରେ ମହାକାଶକୁ ଯାତ୍ରା କରିବେ ବାୟୁସେନା ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା

    14117
    Jun 03, 2025
  • ପାଦରୁ ଜୋତା ନଖୋଲି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ

    14169
    Jun 03, 2025
  • ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ

    13521
    Jun 03, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In