ସହଜରେ ସଫଳ ହୋଇଥାନ୍ତି ଏହି ୪ କଥା ଜାଣିଥିବା ବ୍ୟକ୍ତି
ପୂର୍ବରୁ ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟଙ୍କ ଉପଦେଶ, ହିତ ଉପଦେଶ ,ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ଚାଣକ୍ୟଙ୍କୁ କେହି କେହି କୌଟିଲ୍ୟ ନାମରେ ବି ଜାଣନ୍ତି। ଜୀବନ-ଦର୍ଶନ ଉପରେ ସେ ଅନେକ ହିତୋପଦେଶ ଦେଇ ଯାଇଛନ୍ତି, ଯାହା ଆଜି ବି ଲୋକଙ୍କୁ ଉଚିତ ମାର୍ଗ ଦେଖାଉଛି।
ଚାଣକ୍ୟ ତାଙ୍କ ନୀତିବାଣୀରେ ମଣିଷଙ୍କ ଭିତରେ ଥିବା କିଛି ଏପରି ଅଭ୍ୟାସ ବିଷୟରେ କହିଛନ୍ତି ଯାହାକି ସଫଳତାର ଶିଡ଼ି ଚଢ଼ାଇବାରେ ସାହାଯ୍ୟ କରେ। ଚାଣକ୍ୟଙ୍କ ଅନୁସାରେ, ମଣିଷକୁ ଆବଶ୍ୟକତାଠାରୁ ଅଧିକ ସରଳ ହେବା ଅନୁଚିତ। ଏହି ସରଳପଣ ମଣିଷର ତଣ୍ଟିରେ ହାଡ଼ ହୋଇ ଲାଗେ। ଏପରି ସ୍ବଭାବର ଲୋକଙ୍କଠାରୁ ସମସ୍ତେ ଫାଇଦା ଉଠାନ୍ତି। ପ୍ରତ୍ୟେକ ମଣିଷଙ୍କୁ ସାମାନ୍ୟ ଚତୁର ହେବା ଆବଶ୍ୟକ।
ଏପରି କିଛି ଜିନିଷ ଅଛି ତାହାର ଗୁରୁତ୍ବ ବୁଝିପାରିଲେ ସଫଳତା ଜଲ୍ଦି ମିଳିଥାଏ। ଉତ୍ତମ ବନ୍ଧୁ ବନାଇବା, ଉଚିତ ଉପାୟରେ ଟଙ୍କା ଉପାର୍ଜନ କରିବା, ଟଙ୍କା ଖର୍ଚ୍ଚ କରିବାର ଉଚିତ ଉପାୟ ଏବଂ ନିଜର ଦକ୍ଷତାକୁ ପରଖିବା ଗୁଣ ଥିବା ବ୍ୟକ୍ତି ସହଜରେ ସଫଳ ହୋଇଥାନ୍ତି।
ବ୍ୟକ୍ତି ସବୁ କିଛି ପାଇବା ଆଶାରେ ବେଳେ ବେଳେ ଉଚିତ ମାର୍ଗକୁ ଛାଡ଼ି ଦେଇଥାନ୍ତି। ତେବେ କୌଣସି ନିଷ୍ପତ୍ତି ନେବା ଆଗରୁ ବ୍ୟକ୍ତି ଭିତରେ ଭୁଲ୍ ଓ ଠିକ୍ ନିର୍ଣ୍ଣୟ ନେବାର ଦକ୍ଷତା ରହିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।
Powered by Froala Editor