ପାକିସ୍ତାନ ଲଂଚ କଲା କରୋନା ଟିକା ‘ପାକ ଭ୍ୟାକ୍’
ଟିକା ଦୌଡରେ ଏବେ ସାମିଲ ହୋଇଛି ପାକିସ୍ତାନ । ପାକିସ୍ତାନ ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ‘ପାକ ଭ୍ୟାକ୍’ ଲଂଚ କରିଛି । ପାକିସ୍ତାନର ଜାତୀୟ କମାଣ୍ଡ ଏବଂ ଅପରେଶନ ସେଣ୍ଟର ପ୍ରମୁଖ ଅସଦ ଓମର ଏହି ଭ୍ୟାକ୍ସିନର ଲଂଚ କରିଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ଖୁବଶୀଘ୍ର କୋଭିଡ-୧୯ ଔଷଧ ପ୍ରସ୍ତୁତ କରିବାକୁ ସକ୍ଷମ ହେବ । ଏହାସହ ପ୍ରସ୍ତୁତ ହୋଇଥିବା ଟିକାର ମଜଭୁତ୍ ପରୀକ୍ଷଣ, ଗୁଣବତ୍ତାର ଯାଂଚ କରାଯାଇ ଏହାକୁ ଲଂଚ କରାଯାଇଛି ।
ଏହାସହ ଆସନ୍ତା ସପ୍ତାହରୁ ପାକିସ୍ତାନରେ ଟିକାକରଣ ଆରମ୍ଭ ହେବ ବୋଲି ଯୋଜନା ମନ୍ତ୍ରୀ ଅସଦ ଓମର କହିଛନ୍ତି । ଜୁଲାଇ ଶେଷ ସପ୍ତାହରେ ବକରୀଦ୍ ପର୍ବ ପଡୁଥିବାରୁ ଏହାକୁ ନଜରରେ ରଖି ଜୁଲାଇ ମାସ ସୁଦ୍ଧା ଦେଶରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି । ଓମରଙ୍କ କହିବା ମୁତାବକ, ଏବେ ସୁଦ୍ଧା ଦେଶରେ ୭୦ ଲକ୍ଷ ଲୋକଙ୍କୁ ଟିକା ଦିଆସରିଛି । ଯାହା ମଧ୍ୟରୁ ୨୦ ଲକ୍ଷ ଲୋକଙ୍କୁ ଟିକାର ୨ ଟି ଯାକ ଖୋରାକ ଦିଆଯାଇଛି । ତେବେ ଏହି ଟିକା କେତେ ପ୍ରତିଶତ ପ୍ରଭାବଶାଳୀ, ଏହା କେତେ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି ଓ ଏହାର ଫଳାଫଳ କ’ଣ ଆସିଛି ତାହାକୁ ଗୁପ୍ତ ରଖିଛି ।
Powered by Froala Editor