ଏକାସାଙ୍ଗରେ ୪ ସନ୍ତାନ ଜନ୍ମଦେଲେ ମହିଳା, ଦେଖିବାକୁ ହସ୍ପିଟାଲରେ ଭିଡ଼

ବିବାହର ୪ ବର୍ଷ ଯାଏ ସନ୍ତାନ ଜନ୍ମ ହେଲା ନାହିଁ । ବହୁତ ଦୁଃଖରେ ଥିଲେ ଦମ୍ପତି । ହେଲେ ଭଗବାନ ଏମିତି କୃପା କଲେ ଯେ, ଏକା ସାଙ୍ଗରେ ୪ଟି ସନ୍ତାନ ଜନ୍ମ ହୋଇଛନ୍ତି । ଏ ଘଟଣା ଘଟିଛି ରାଜସ୍ଥାନ ଟୋଙ୍କାରେ ।
ବଜିରପୁରା ଗ୍ରାମରେ ବସବାସ କରୁଥିବା ଉକ୍ତ ପ୍ରସୂତିଙ୍କ ବିବାହ ୪ବର୍ଷ ପୂର୍ବରୁ ହୋଇଥିଲା। ଏନେଇ ପ୍ରସୂତି କହନ୍ତି, ବିବାହକୁ ୪ବର୍ଷ ପୂରିଥିଲେ ହେଁ ମୁଁ ଗର୍ଭବତୀ ହୋଇପାରୁ ନଥିଲି। ଏହି କାରଣରୁ ସବୁବେଳେ ଚିନ୍ତାରେ ରହୁଥିଲି। ଭଗବାନଙ୍କ ଆର୍ଶୀବାଦ ପାଇଁ ମୁଁ ଏକାଥରକେ ୪ଜଣ ସନ୍ତାନକୁ ଜନ୍ମ ଦେବାର ସୌଭାଗ୍ୟପ୍ରାପ୍ତ କରିପାରିଛି। ୪ଜଣ ସନ୍ତାନଙ୍କ ମଧ୍ୟରୁ ଦୁଇଜଣ କନ୍ୟା ଓ ଦୁଇଜଣ ପୁତ୍ର ସନ୍ତାନ ଅଛନ୍ତି। ସମସ୍ତେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।’
ଏହି ଘଟଣାକୁ ନେଇ ଡାକ୍ତରକହିଛନ୍ତି, ୧୦ଲକ୍ଷ ଗର୍ଭବତୀଙ୍କ ଭିତରେ ଜଣଙ୍କ କ୍ଷେତ୍ରରେ ଏମିତି ଘଟଣା ଦେଖିବାକୁ ମିଳିଥାଏ। ପ୍ରସୂତି ୨ମାସର ଅନ୍ତସତ୍ତ୍ବା ଥିବା ବେଳେ ତାଙ୍କ ଗର୍ଭରେ ୪ଟି ଭୃଣ ବିକଶିତ ହେଉଛନ୍ତି ବୋଲି ଜଣାପଡ଼ିଥିଲା। ୪ମାସ ବେଳକୁ ପ୍ରସୂତିଙ୍କ ଗର୍ଭପାତର ଭୟ ରହିଥିଲା। କିନ୍ତୁ ଉପଯୁକ୍ତ ଚିକିତ୍ସା ଦ୍ୱାରା ଶିଶୁମାନେ ସୁସ୍ଥ ହୋଇ ଜନ୍ମ ନେଇଛନ୍ତି । ଏନେଇ ମହିଳାଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି । ପ୍ରସୂତି ତଥା ନବଜାତଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି।
Powered by Froala Editor