Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମଣିଷଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ...

  • ଟ୍ରକ୍ କୁ ପିଟିଲା କାର୍ : ଦୁର୍ଘଟଣାରେ ୮ ...

  • ନେପାଳ ବନ୍ୟାରେ ଭାସି ଆସୁଥିବା ମାଛ ...

  • ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ...

  • କୁଣ୍ଡାଇ କୁଣ୍ଡାଇ ମାସକୁ ୧୫ ଲକ୍ଷ ...

  • ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ...

  • ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ...

  • ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ...

  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ...

  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ...

ରାଜନୀତି
Home ›› ରାଜନୀତି ››୭୭ ପ୍ରତିଶତ ଓଡ଼ିଆଙ୍କୁ ନବୀନ ସରକାର ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖିଛନ୍ତି : ମାନସ ଚୌଧୁରୀ

୭୭ ପ୍ରତିଶତ ଓଡ଼ିଆଙ୍କୁ ନବୀନ ସରକାର ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖିଛନ୍ତି : ମାନସ ଚୌଧୁରୀ

2021-06-02 11:08:06
15335
Share:
Facebook
Twitter
E-Mail
WhatsApp
Telegram
୭୭ ପ୍ରତିଶତ ଓଡ଼ିଆଙ୍କୁ ନବୀନ ସରକାର ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖିଛନ୍ତି : ମାନସ ଚୌଧୁରୀ

ଭୁବନେଶ୍ୱର - ସାଧାରଣ ବଂଟନ ବ୍ୟବସ୍ଥାରେ ଓଡ଼ିଶାର ୭୭% ଲୋକଙ୍କୁ ନବୀନ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ, ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଳାୟର ଅଧିକାରୀମାନେ ତଦନ୍ତ କରି ପ୍ରକାଶ କରିବା ପରେ ନବୀନ ସରକାରଙ୍କର ବ୍ୟାପକ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସ ଘାତକତା ପଦାରେ ପଡ଼ିଯାଇଛି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଖୋଦ ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜିଲ୍ଲା କଟକ ଜିଲ୍ଲାର ବିଭିନ୍ନ ଗୋଦାମ ଯାଂଚ କରି କେନ୍ଦ୍ରୀୟ କତୃପର୍କ୍ଷ ଗତ ମେ ୨୭ ତାରିଖରେ ଏ ସମ୍ପର୍କରେ 

ରାଜ୍ୟ ସରକାରଙ୍କୁ ଚେତେଇ ଦେଇଛନ୍ତି । ଏପରିକି ଏହି ଚାଉଳ ମଣିଷଙ୍କ ପାଇଁ ନୁହେଁ କେବଳ ଛେଳି, ଘୋଡ଼ା ଓ ମେଣ୍ଢା ଆଦି ପଶୁଙ୍କ ପାଇଁ ଯୋଗ୍ୟ ବୋଲି ସେମାନେ ଦର୍ଶାଇଛନ୍ତି । ନବୀନ ସରକାର ୧ ଟଙ୍କିଆ ଚାଉଳ ଦେଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇ ଭୋଟ ନେଇଯାଉଛନ୍ତି । ଏବେ ସ୍ପଷ୍ଟ ହୋଇପଡ଼ିଛି ଯେ ଏଥିରେ କୋଟି କୋଟି ଟଙ୍କାର ଅର୍ଥ ବାଟମାରଣା ହୋଇଯାଇଛି । କେନ୍ଦ୍ର ଖାଉଟି ମନ୍ତ୍ରଣାଳୟର ଉପଆୟୁକ୍ତ ବିଶ୍ୱଜିତ ହାଲଦାର ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସଚ୍ଚିବଙ୍କୁ ଚିଠି ଲେଖି ଚାଉଳ ଦୁର୍ନୀତିର ଗୁମର ଖୋଲିଛନ୍ତି । ଏପରିକି ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ କରାଯିବାକୁ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ସଂଶୋଧିତ) ୨୦୨୦ ଅନୁସାରେ ସଂପୃକ୍ତ ମିଲ ମାଲିକଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ କହିଛନ୍ତି । ସମଗ୍ର ରାଜ୍ୟରେ ଗୋଦାମରେ ଥିବା ଚାଉଳର ଅବସ୍ଥା ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି । ଏପରିକି ଅନୁଧ୍ୟାନ ନହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକର ଗୋଦାମ ମାନଙ୍କରୁ ଚାଉଳ ନଦେବାକୁ ସେ କହିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଓଡ଼ିଶାକୁ ଏ ବାବଦରେ କେନ୍ଦ୍ର ଦେଉଥିବା ଅର୍ଥ କ୍ଷେତ୍ରରେ ପୁନଃବିଚାର କରାଯିବ ବୋଲି କେନ୍ଦ୍ର ଖାଉଟି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସର୍ତକ କରାଇ ଦେଇଛନ୍ତି । 


      

ଏ ସମୁଦାୟ ବ୍ୟବସ୍ଥା ଉପରେ ଅବିଶ୍ୱାସ ପ୍ରକଟ କରି ଏହାର ତୁରନ୍ତ ପୁନଃ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଯଦି କଟକ ଓ ଭୁବନେଶ୍ୱରର ସ୍ଥିତି ଏପରି ତେବେ ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ କିପରି ଅବସ୍ଥା ଥିବ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପ୍ରକାଶ ଥାଉକି ଭୁବନେଶ୍ୱର ଓ କଟକର ଚାଉଳ ଗୋଦାମ, ରାଇସମିଲ, ସୁଲଭ ଦୋକାନ ଏବଂ ଏଫସିଆଇ ଗୋଦାମରେ ଥିବା ଚାଉଳ ଆଦିକୁ ଏପ୍ରିଲ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ଯାଂଚ କରାଯାଇଥିଲା । ଯେଉଁଥିରେ ୧୫ଟି ସଂଗୃହିତ ନମୁନାରୁ ୯ଟି ନମୁନା ଅତି ନିମ୍ନମାନର ପ୍ରମାଣିତ ହୋଇଥିଲା । ଏଥିରୁ ସ୍ପଷ୍ଟ ହୋଇପଡ଼ିଛି ଯେ ଏହି ଚାଉଳର ବ୍ୟାପକ ରିସାଇକ୍ଲିଂ ଚାଲିଛି ଏବଂ ଯୋଗାଣ ବିଭାଗର ଅଧିକାରୀମାନେ ନଖରୁ ଶୀଖ ପର୍ଯ୍ୟନ୍ତ ସମନ୍ତେ ଏହି ଦୁର୍ନୀତିରେ ସଂପୃକ୍ତ । ସାଧାରଣତଃ ଏଫସିଆଇର ଅଧିକାରୀମାନେ ଚାଉଳର ମାନକୁ ନିର୍ଦ୍ଧାରଣ କରି ସାର୍ଟିଫିକେଟ ପ୍ରଦାନ କରିଥାନ୍ତି । ଏଣୁ ଏଭଳି ଚାଉଳକୁ କିପରି ସାର୍ଟିଫିକେଟ ଦିଆଗଲା ତାହା ଆଶ୍ଚର୍ଯ୍ୟର ବିଷୟ । ଏବେ ଗଛିତ ସମସ୍ତ ଚାଉଳ ଓ ଗହମର ମାନ ନିରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଖାଉଟି କଲ୍ୟାଣମନ୍ତ୍ରଣାଳୟର ଦୁଇଟି ଟିମ ଗଠନ କରିଛନ୍ତି । ଏହି ଦୁଇଟି ଟିମ ଚଳିତ ମାସ ୪ ତାରିଖରୁ ଭୁବନେଶ୍ୱର କଟକ ଏଫିସିଆଇ ଅଧିନରେ ଥିବା ୮ଟି ଜିଲ୍ଲାକୁ ପରିଦର୍ଶନରେ ଆସିବେ ବୋଲି ଜଣାପଡ଼ିଛି । ଏବେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ, ଯୋଗାଣ ନିଗମର କ୍ୱାଲିଟିସେଲ ତତ୍ପର ହୋଇପଡ଼ିଛି ନା ଦୁର୍ନୀତିକୁ ଲୁଚାଇବା ପାଇଁ ଅପଚେଷ୍ଟା ଚାଲିଛି ବୋଲି ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ଯୋଗାଣ ନିଗମର କ୍ୱାଲଟି ସେଲର କତୃପର୍କ୍ଷ ଜଗତପୁର ସ୍ଥିତ ଯୋଗାଣ ନିଗମର ଚାଉଳର ନମୁନା ସଂଗ୍ରହ କରିଥିବାର ଜଣାପଡ଼ିଛି ଏବଂ ଏହାର ମାନ ପରୀକ୍ଷା କରାଯିବ ବୋଲି ସ୍ଥିର ହୋଇଛି । ଏବେ ପାଖାପାଖି ୧୦ଲକ୍ଷ ଟନ ଚାଉଳ ମହଜୁଦ ଅଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫୦୦ କୋଟି ହେବ । ମାତ୍ର ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାର କହୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କଟକ ଜିଲ୍ଳାର ୧୬ଲକ୍ଷ ହିତାଧିକାରୀ ରହିଛନ୍ତି ଏବଂ କଟକ ଜିଲ୍ଲାର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଏହି ୧୬ଲକ୍ଷ ଲୋକଙ୍କୁ ପଶୁଖାଦ୍ୟ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓଡ଼ିଶାରେ ବିଫଳ । ରାଜ୍ୟ ସରକାର କହୁଛନ୍ତି ଯେ ସେ ୯୯.୨ ପ୍ରତିଶତ ସଫଳ । ସ୍ୱଛତାର ଡିଣ୍ଡିମ ପିଟୁଥିବା ନବୀନ ସରକାର ଏହି ମହା ଦୁର୍ନୀତିର ତଦନ୍ତକରି ବାସ୍ତବ ସତ୍ୟକୁ ଜନସାଧାରଣଙ୍କୁ ଜଣାନ୍ତୁ । ତଦନ୍ତ ପରିସରକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଖାଦ୍ୟ ଯୋଗାଣ କମିଶନର ବୀରବିକ୍ରମ ଯାଦବ ଙ୍କୁ ଅଣାଯାଉ ଏବଂ କଂଗ୍ରେସ ଦଳ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଦାବୀ କରୁଛି ଏବଂ ବୀରବିକ୍ରମ ଯାଦବଙ୍କ ଉପରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ । ଏହି ଦୁର୍ନୀତର ପର୍ଦାଫାସ ହେଲେ ନବୀନ ସରକାର ଓଡ଼ିଶାବାସୀଙ୍କୁ କିପିରି ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖୁଛନ୍ତି ତାହା ଜଣାପଡ଼ିଯିବ । ପ୍ରକାଶ ଥାଉକି ଏହି ତନଖି ସମୟରେ କେନ୍ଦ୍ର ସରକାରଙ୍କ ଖାଉଟି ବିଭାଗର କତୃପର୍କ୍ଷଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଯେଉଁ ପତ୍ର ଦେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଭରଷା ନାହିଁ । କେନ୍ଦ୍ରୀୟ କତୃପର୍କ୍ଷ ଏଠାରେ ତଦନ୍ତ ଓ ରହିବା ସମୟରେ ଅସୁରକ୍ଷିତ । ଏବେ ମିଲ ମାଲିକ ଓ ନବୀନ ସରକାରଙ୍କ ମଧୁଚନ୍ଦ୍ରିକାରେ ଓଡ଼ିଶାବାସୀ ପଶୁଖାଦ୍ୟ ଖାଉଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଉପସ୍ଥିତ ଥିଲେ ।

Powered by Froala Editor

Tags manas choudhury , congress

Related articles Odisha News Lens 4.1

  • ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର
    ଦେଶ-ଦେଶାନ୍ତର

    ନାବାଳିକା ଛାତ୍ରୀଙ୍କୁ ଅପହରଣ କରି କାର୍ ଭିତରେ ଗଣବଳାତ୍କାର

    14115
    Sep 03, 2026
  • ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ
    ଦେଶ-ଦେଶାନ୍ତର

    ବ୍ରେକ୍‌ ସସସ୍ୟା ଯୋଗୁଁ ଖୁଣ୍ଟରେ ପିଟି ହୋଇଗଲା ଇଣ୍ଡିଗୋ ବିମାନ

    14956
    Sep 04, 2026
  • ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା
    ଦେଶ-ଦେଶାନ୍ତର

    ନେପାଳ ଭୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା 12 ଶହ ପାର କଲା

    15841
    Sep 03, 2026
  • କୁଣ୍ଡାଇ କୁଣ୍ଡାଇ ମାସକୁ ୧୫ ଲକ୍ଷ ପାଉଛନ୍ତି ଚୀନର ଏହି ବ୍ୟକ୍ତି
    ଦେଶ-ଦେଶାନ୍ତର

    କୁଣ୍ଡାଇ କୁଣ୍ଡାଇ ମାସକୁ ୧୫ ଲକ୍ଷ ପାଉଛନ୍ତି ଚୀନର ଏହି ବ୍ୟକ୍ତି

    13452
    Sep 05, 2026
  • ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

    13539
    Sep 04, 2026
  • ମଣିଷଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ରହିଛି ନିଜସ୍ବ ‘ଆଞ୍ଚଳିକ ଭାଷା’
    ଦେଶ-ଦେଶାନ୍ତର

    ମଣିଷଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ରହିଛି ନିଜସ୍ବ ‘ଆଞ୍ଚଳିକ ଭାଷା’

    15480
    Sep 05, 2026
  • ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍‌କ୍ଷେପଣ
    ଦେଶ-ଦେଶାନ୍ତର

    ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍‌କ୍ଷେପଣ

    13927
    Sep 04, 2026
  • ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି
    ଦେଶ-ଦେଶାନ୍ତର

    ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାଣି

    14331
    Sep 05, 2026
  • ନେପାଳ ବନ୍ୟାରେ ଭାସି ଆସୁଥିବା ମାଛ ଖାଇବାକୁ ସତର୍କ କଲେ ବିଶେଷଜ୍ଞ
    ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସି ଆସୁଥିବା ମାଛ ଖାଇବାକୁ ସତର୍କ କଲେ ବିଶେଷଜ୍ଞ

    15351
    Sep 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୁଣ୍ଡାଇ କୁଣ୍ଡାଇ ମାସକୁ ୧୫ ଲକ୍ଷ ପାଉଛନ୍ତି ଚୀନର ଏହି ବ୍ୟକ୍ତି

    13452
    Sep 05, 2026
  • ଦେଶ-ଦେଶାନ୍ତର

    ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍‌କ୍ଷେପଣ

    13927
    Sep 04, 2026
  • ଦେଶ-ଦେଶାନ୍ତର

    ଟ୍ରକ୍ କୁ ପିଟିଲା କାର୍ : ଦୁର୍ଘଟଣାରେ ୮ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

    14211
    Sep 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17074
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17724
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17741
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18142
    Sep 06, 2023

ବିଶେଷ

  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13708
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14519
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14822
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14775
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    14111
    Aug 26, 2026

ବାଣିଜ୍ୟ

ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

ଦ୍ୱିଭାଷୀ ପ୍ରକାଶନରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ବସ୍ତୁ ଊଦ୍ଧ୍ୱର୍ରେ ଚାନ୍ଦୁଆର ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା ଏବଂ କାରିଗରୀ ଆତ୍ମଜୀବନୀକୁ ଏକତ୍ରିତ କରାଯାଇଛି

  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    13879
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14410
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15297
    Sep 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି

    14798
    Sep 02, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟ୍ରକ୍ କୁ ପିଟିଲା କାର୍ : ଦୁର୍ଘଟଣାରେ ୮ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

    14211
    Sep 05, 2026
  • ସବୁ ଟୋଲ ପ୍ଲାଜାରେ କ୍ୟାମେରା ଲଗାଇବାକୁ ଏନଏଚଏଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

    13539
    Sep 04, 2026
  • ମଣିଷଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ରହିଛି ନିଜସ୍ବ ‘ଆଞ୍ଚଳିକ ଭାଷା’

    15480
    Sep 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In