Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

ରାଜନୀତି
Home ›› ରାଜନୀତି ››୭୭ ପ୍ରତିଶତ ଓଡ଼ିଆଙ୍କୁ ନବୀନ ସରକାର ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖିଛନ୍ତି : ମାନସ ଚୌଧୁରୀ

୭୭ ପ୍ରତିଶତ ଓଡ଼ିଆଙ୍କୁ ନବୀନ ସରକାର ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖିଛନ୍ତି : ମାନସ ଚୌଧୁରୀ

2021-06-02 11:08:06
15269
Share:
Facebook
Twitter
E-Mail
WhatsApp
Telegram
୭୭ ପ୍ରତିଶତ ଓଡ଼ିଆଙ୍କୁ ନବୀନ ସରକାର ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖିଛନ୍ତି : ମାନସ ଚୌଧୁରୀ

ଭୁବନେଶ୍ୱର - ସାଧାରଣ ବଂଟନ ବ୍ୟବସ୍ଥାରେ ଓଡ଼ିଶାର ୭୭% ଲୋକଙ୍କୁ ନବୀନ ସରକାର ଦେଉଥିବା ଚାଉଳ ମଣିଷ ଖାଦ୍ୟ ଉପଯୋଗୀ ନୁହେଁ, ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରଳାୟର ଅଧିକାରୀମାନେ ତଦନ୍ତ କରି ପ୍ରକାଶ କରିବା ପରେ ନବୀନ ସରକାରଙ୍କର ବ୍ୟାପକ ଚାଉଳ ଦୁର୍ନୀତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସ ଘାତକତା ପଦାରେ ପଡ଼ିଯାଇଛି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଖୋଦ ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜିଲ୍ଲା କଟକ ଜିଲ୍ଲାର ବିଭିନ୍ନ ଗୋଦାମ ଯାଂଚ କରି କେନ୍ଦ୍ରୀୟ କତୃପର୍କ୍ଷ ଗତ ମେ ୨୭ ତାରିଖରେ ଏ ସମ୍ପର୍କରେ 

ରାଜ୍ୟ ସରକାରଙ୍କୁ ଚେତେଇ ଦେଇଛନ୍ତି । ଏପରିକି ଏହି ଚାଉଳ ମଣିଷଙ୍କ ପାଇଁ ନୁହେଁ କେବଳ ଛେଳି, ଘୋଡ଼ା ଓ ମେଣ୍ଢା ଆଦି ପଶୁଙ୍କ ପାଇଁ ଯୋଗ୍ୟ ବୋଲି ସେମାନେ ଦର୍ଶାଇଛନ୍ତି । ନବୀନ ସରକାର ୧ ଟଙ୍କିଆ ଚାଉଳ ଦେଇ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇ ଭୋଟ ନେଇଯାଉଛନ୍ତି । ଏବେ ସ୍ପଷ୍ଟ ହୋଇପଡ଼ିଛି ଯେ ଏଥିରେ କୋଟି କୋଟି ଟଙ୍କାର ଅର୍ଥ ବାଟମାରଣା ହୋଇଯାଇଛି । କେନ୍ଦ୍ର ଖାଉଟି ମନ୍ତ୍ରଣାଳୟର ଉପଆୟୁକ୍ତ ବିଶ୍ୱଜିତ ହାଲଦାର ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସଚ୍ଚିବଙ୍କୁ ଚିଠି ଲେଖି ଚାଉଳ ଦୁର୍ନୀତିର ଗୁମର ଖୋଲିଛନ୍ତି । ଏପରିକି ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ କରାଯିବାକୁ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ (ସଂଶୋଧିତ) ୨୦୨୦ ଅନୁସାରେ ସଂପୃକ୍ତ ମିଲ ମାଲିକଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ କହିଛନ୍ତି । ସମଗ୍ର ରାଜ୍ୟରେ ଗୋଦାମରେ ଥିବା ଚାଉଳର ଅବସ୍ଥା ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି । ଏପରିକି ଅନୁଧ୍ୟାନ ନହେବା ପର୍ଯ୍ୟନ୍ତ ଭୁବନେଶ୍ୱର ଓ କଟକର ଗୋଦାମ ମାନଙ୍କରୁ ଚାଉଳ ନଦେବାକୁ ସେ କହିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଓଡ଼ିଶାକୁ ଏ ବାବଦରେ କେନ୍ଦ୍ର ଦେଉଥିବା ଅର୍ଥ କ୍ଷେତ୍ରରେ ପୁନଃବିଚାର କରାଯିବ ବୋଲି କେନ୍ଦ୍ର ଖାଉଟି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ସର୍ତକ କରାଇ ଦେଇଛନ୍ତି । 


      

ଏ ସମୁଦାୟ ବ୍ୟବସ୍ଥା ଉପରେ ଅବିଶ୍ୱାସ ପ୍ରକଟ କରି ଏହାର ତୁରନ୍ତ ପୁନଃ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଯଦି କଟକ ଓ ଭୁବନେଶ୍ୱରର ସ୍ଥିତି ଏପରି ତେବେ ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ କିପରି ଅବସ୍ଥା ଥିବ ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପ୍ରକାଶ ଥାଉକି ଭୁବନେଶ୍ୱର ଓ କଟକର ଚାଉଳ ଗୋଦାମ, ରାଇସମିଲ, ସୁଲଭ ଦୋକାନ ଏବଂ ଏଫସିଆଇ ଗୋଦାମରେ ଥିବା ଚାଉଳ ଆଦିକୁ ଏପ୍ରିଲ ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ଯାଂଚ କରାଯାଇଥିଲା । ଯେଉଁଥିରେ ୧୫ଟି ସଂଗୃହିତ ନମୁନାରୁ ୯ଟି ନମୁନା ଅତି ନିମ୍ନମାନର ପ୍ରମାଣିତ ହୋଇଥିଲା । ଏଥିରୁ ସ୍ପଷ୍ଟ ହୋଇପଡ଼ିଛି ଯେ ଏହି ଚାଉଳର ବ୍ୟାପକ ରିସାଇକ୍ଲିଂ ଚାଲିଛି ଏବଂ ଯୋଗାଣ ବିଭାଗର ଅଧିକାରୀମାନେ ନଖରୁ ଶୀଖ ପର୍ଯ୍ୟନ୍ତ ସମନ୍ତେ ଏହି ଦୁର୍ନୀତିରେ ସଂପୃକ୍ତ । ସାଧାରଣତଃ ଏଫସିଆଇର ଅଧିକାରୀମାନେ ଚାଉଳର ମାନକୁ ନିର୍ଦ୍ଧାରଣ କରି ସାର୍ଟିଫିକେଟ ପ୍ରଦାନ କରିଥାନ୍ତି । ଏଣୁ ଏଭଳି ଚାଉଳକୁ କିପରି ସାର୍ଟିଫିକେଟ ଦିଆଗଲା ତାହା ଆଶ୍ଚର୍ଯ୍ୟର ବିଷୟ । ଏବେ ଗଛିତ ସମସ୍ତ ଚାଉଳ ଓ ଗହମର ମାନ ନିରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଖାଉଟି କଲ୍ୟାଣମନ୍ତ୍ରଣାଳୟର ଦୁଇଟି ଟିମ ଗଠନ କରିଛନ୍ତି । ଏହି ଦୁଇଟି ଟିମ ଚଳିତ ମାସ ୪ ତାରିଖରୁ ଭୁବନେଶ୍ୱର କଟକ ଏଫିସିଆଇ ଅଧିନରେ ଥିବା ୮ଟି ଜିଲ୍ଲାକୁ ପରିଦର୍ଶନରେ ଆସିବେ ବୋଲି ଜଣାପଡ଼ିଛି । ଏବେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ, ଯୋଗାଣ ନିଗମର କ୍ୱାଲିଟିସେଲ ତତ୍ପର ହୋଇପଡ଼ିଛି ନା ଦୁର୍ନୀତିକୁ ଲୁଚାଇବା ପାଇଁ ଅପଚେଷ୍ଟା ଚାଲିଛି ବୋଲି ସାଧାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ଯୋଗାଣ ନିଗମର କ୍ୱାଲଟି ସେଲର କତୃପର୍କ୍ଷ ଜଗତପୁର ସ୍ଥିତ ଯୋଗାଣ ନିଗମର ଚାଉଳର ନମୁନା ସଂଗ୍ରହ କରିଥିବାର ଜଣାପଡ଼ିଛି ଏବଂ ଏହାର ମାନ ପରୀକ୍ଷା କରାଯିବ ବୋଲି ସ୍ଥିର ହୋଇଛି । ଏବେ ପାଖାପାଖି ୧୦ଲକ୍ଷ ଟନ ଚାଉଳ ମହଜୁଦ ଅଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫୦୦ କୋଟି ହେବ । ମାତ୍ର ଏହା ପଶୁ ଖାଦ୍ୟ ବୋଲି କେନ୍ଦ୍ର ସରକାର କହୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କଟକ ଜିଲ୍ଳାର ୧୬ଲକ୍ଷ ହିତାଧିକାରୀ ରହିଛନ୍ତି ଏବଂ କଟକ ଜିଲ୍ଲାର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଏହି ୧୬ଲକ୍ଷ ଲୋକଙ୍କୁ ପଶୁଖାଦ୍ୟ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓଡ଼ିଶାରେ ବିଫଳ । ରାଜ୍ୟ ସରକାର କହୁଛନ୍ତି ଯେ ସେ ୯୯.୨ ପ୍ରତିଶତ ସଫଳ । ସ୍ୱଛତାର ଡିଣ୍ଡିମ ପିଟୁଥିବା ନବୀନ ସରକାର ଏହି ମହା ଦୁର୍ନୀତିର ତଦନ୍ତକରି ବାସ୍ତବ ସତ୍ୟକୁ ଜନସାଧାରଣଙ୍କୁ ଜଣାନ୍ତୁ । ତଦନ୍ତ ପରିସରକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଖାଦ୍ୟ ଯୋଗାଣ କମିଶନର ବୀରବିକ୍ରମ ଯାଦବ ଙ୍କୁ ଅଣାଯାଉ ଏବଂ କଂଗ୍ରେସ ଦଳ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଦାବୀ କରୁଛି ଏବଂ ବୀରବିକ୍ରମ ଯାଦବଙ୍କ ଉପରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ । ଏହି ଦୁର୍ନୀତର ପର୍ଦାଫାସ ହେଲେ ନବୀନ ସରକାର ଓଡ଼ିଶାବାସୀଙ୍କୁ କିପିରି ଛେଳି, ମେଣ୍ଢା ଓ ଗାଈ ଦୃଷ୍ଟିରେ ଦେଖୁଛନ୍ତି ତାହା ଜଣାପଡ଼ିଯିବ । ପ୍ରକାଶ ଥାଉକି ଏହି ତନଖି ସମୟରେ କେନ୍ଦ୍ର ସରକାରଙ୍କ ଖାଉଟି ବିଭାଗର କତୃପର୍କ୍ଷଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଯେଉଁ ପତ୍ର ଦେଇଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଭରଷା ନାହିଁ । କେନ୍ଦ୍ରୀୟ କତୃପର୍କ୍ଷ ଏଠାରେ ତଦନ୍ତ ଓ ରହିବା ସମୟରେ ଅସୁରକ୍ଷିତ । ଏବେ ମିଲ ମାଲିକ ଓ ନବୀନ ସରକାରଙ୍କ ମଧୁଚନ୍ଦ୍ରିକାରେ ଓଡ଼ିଶାବାସୀ ପଶୁଖାଦ୍ୟ ଖାଉଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଏବଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଉପସ୍ଥିତ ଥିଲେ ।

Powered by Froala Editor

Tags manas choudhury , congress

Related articles Odisha News Lens 4.1

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15275
    Nov 17, 2025
  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର
    ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13595
    Nov 18, 2025
  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13820
    Nov 18, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14265
    Nov 17, 2025
  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14338
    Nov 18, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ
    ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14645
    Nov 18, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    14013
    Nov 17, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14279
    Nov 17, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14848
    Nov 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14645
    Nov 18, 2025
  • ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15275
    Nov 17, 2025
  • ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13595
    Nov 18, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17297
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14279
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16099
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15153
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14429
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15288
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14722
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14314
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13959
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14338
    Nov 18, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14848
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15569
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In