ସ୍କୁଲ ପରିସରରେ ଅମଳ ହେଉଛି ପରିବା, ମଧ୍ୟାହ୍ନ ଭୋଜନରେ ଖାଉଛନ୍ତି ପିଲା
ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନରେ ବିଗତ ଦିନରେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିବା, ଭୋଜନ ଖାଇ ପିଲାମାନେ ଅସୁସ୍ଥ ହେବା, ନିମ୍ନମାନର ଖାଦ୍ୟ ପରଷା ଯିବା ନେଇ ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ସୂତ୍ରରୁ ମିଳୁଥିବା ଟଙ୍କା ଆବଶ୍ୟକତା ଠାରୁ ବହୁତ କମ୍। ସମସ୍ୟାର ସମାଧାନ ପାଇଁ ବିକଳ୍ପ ଚିନ୍ତା କରାଯାଇଥାଏ। ଦରକାର ପଡ଼ିଲେ ନିଜ ହାତରୁ କିଛି ଅର୍ଥ ମିଶାଇ ଅଥବା ପରିଶ୍ରମ କରି ମଧ୍ୟାହ୍ନ ଭୋଜନ ଗୁଣବତ୍ତାକୁ ଭଲ କରିବାକୁ ଉଦ୍ୟମ କରାଯାଇଥାଏ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ରହିଛି ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲରେ ୨୦୧୬ରୁ ଶିକ୍ଷକ ଅଛନ୍ତି ଲକ୍ଷ୍ମୀନାରାୟଣ ସାହୁ। ୨୦୨୧ରୁ ତାଙ୍କ ହାତରେ ପ୍ରଧାନଶିକ୍ଷକ ଦାୟିତ୍ବ ରହିଛି। ବିଦ୍ୟାଳୟରେ ପନିପରିବା ଚାଷ କରିବାକୁ ସ୍ବତନ୍ତ୍ର ଜାଗା ନାହିଁ। କିନ୍ତୁ ଛୋଟ ପରିସର ମଧ୍ୟରେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁଙ୍କ ଉଦ୍ୟମରେ ଟମାଟୋ, ବାଇଗଣ, ସଜନା, ଅମୃତଭଣ୍ଡା, କଦଳୀ, ଲଙ୍କା ଆଦି କିଛି ପନିପରିବା ଅମଳ ହୋଇ ପାରୁଛି। ଏହି ପରିବାକୁ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରାଯାଇଥାଏ। ସ୍କୁଲ ପରିସରରୁ ଗୋଟିଏ ଗଛରୁ ପ୍ରାୟ ଦେଢ଼ କିଲୋ ଟମାଟୋ ସଂଗୃହୀତ ହୋଇଥାଏ।
Powered by Froala Editor