‘ଆଦି ପୁରୁଷ’ ଦେଖିବାକୁ ହଲ୍ ଆସିଲା ମାଙ୍କଡ଼

ବହୁ ବିବାଦ ଘେରରେ ରିଲିଜ ହୋଇସାରିଛି ‘ଆଦିପୁରୁଷ’ । ପ୍ରଥମ ଦିନରେ ହିଁ ଏହି ଫିଲ୍ମ ରେକର୍ଡ କରିଛି । ପ୍ରାୟ ୧୦୦ କୋଟି ଉପରେ ଆୟ କରିଥିବା ଜଣାପଡିଛି । ହେଲେ ଇତିମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଏକ ଥିଏଟରରେ ଆଦିପୁରୁଷ ଚାଲୁଥିବା ସମୟରେ ହନୁ ମାଙ୍କଡଟି ପଶି ଆସୁଛି। ଥିଏଟରେ ଦର୍ଶକଙ୍କ ଭିଡ ଥିବାବେଳେ ଏହି ମାଙ୍କଡଟି ପସି ଆସିଥିବାର ଦେଖିବାକୁ ମିଳିଛି।
ମାଙ୍କଡକୁ ସିନେମା ଘରେ ଦେଖି ଦର୍ଶକ ଉତ୍ସାହିତ ହୋଇ ଉଠିଥିଲେ। ଆଉ ଜୟ ଶ୍ରୀରାମ ନାରାରେ ପ୍ରକମ୍ପତି ହୋଇ ଉଠିଥିଲା ଫିଲ୍ମ ହଲ୍। ଏହି ଭିଡିଓକୁ ଏବେ ଦର୍ଶକ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି।
Powered by Froala Editor