ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ
ନୂଆଦିଲ୍ଲୀ : ବାଲେଶ୍ବର ବାହାନଗାରେ ଟ୍ରେନ୍ ଦୁର୍ଘଟଣା ନେଇଛି ୨୭୫ ଜୀବନ । ୧୧ଶହରୁ ଉର୍ଦ୍ଧ୍ବ ଏବେ ବି ବିଭିନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହାରି ମଧ୍ୟରେ ଟ୍ବିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।
ଟ୍ବିଟ୍ କରି ରାହୁଲ ଗାନ୍ଧି କହିଛନ୍ତି, ‘୨୭୦ରୁ ଉର୍ଦ୍ଧ୍ବ ଜୀବନ ଯିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା କେହି ଉତ୍ତରଦାୟୀ ନାହାନ୍ତି । ଏତେ ଭୟଙ୍କର ଦୁର୍ଘଟଣାରେ ନିଜକୁ ଦାୟୀ କରିବାରୁ ପଳାୟନ କରିପାରିବେ ନାହିଁ ମୋଦି ସରକାର । ପ୍ରଧାନମନ୍ତ୍ରୀ ତୁରନ୍ତ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଗ୍ରହଣ କରିବା ଉଚିତ’।
ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୃତକଙ୍କ ସଂଖ୍ୟାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ଦିଦି କହିଛନ୍ତି, ‘ଆମ ହିସାବରେ ପଶ୍ଚିମବଙ୍ଗରୁ ମୃତକଙ୍କ ସଂଖ୍ୟା ଯେତିକି ରହିଛି, କେନ୍ଦ୍ର ସରକାରଙ୍କ ତାଲିକାରେ ତା’ଠାରୁ କମ୍ ରହିଛି’।
Powered by Froala Editor