କରୋନା ନେଲା ୩୩ ଜୀବନ

ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୩୩ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୬୫୧ରେ ପହଁଚିଛି । ଅପରପକ୍ଷରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ ଥିବାବେଳେ ୬ ଲକ୍ଷ ୩୫ ହଜାର ୧୭୯ ଜଣ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୧ ଲକ୍ଷ ୨୦୭୨ ଜଣ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫, ବୌଦ୍ଧରେ ୩, ଢେଙ୍କାନାଳରେ ୧, ଗଜପତିରେ ୨, ଝାରସୁଗୁଡ଼ାରେ ୨, କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୨, କେନ୍ଦୁଝରରେ ୩ , ଖୋର୍ଦ୍ଧାରେ ୩, କୋରାପୁଟରେ ୨, ନବରଙ୍ଗପୁରରେ ୧, ରାୟଗଡ଼ାରେ ୨ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ହୋଇଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୦୯, ବାଲେଶ୍ୱରରେ ୨୧୫, ବରଗଡ଼ରେ ୩୩୧, ଭଦ୍ରକରେ ୨୪୬, ବଲାଙ୍ଗୀରରେ ୧୩୦, ବୌଦ୍ଧରେ ୧୪୮, କଟକରେ ୧୦୯୧, ଦେବଗଡ଼ରେ ୬୮, ଢେଙ୍କାନାଳରେ ୪୨୮, ଗଜପତିରେ ୩୮, ଗଞ୍ଜାମରେ ୧୫୦, ଜଗତସିଂହପୁରରେ ୧୮୩, ଯାଜପୁରରେ ୨୪୧, ଝାରସୁଗୁଡ଼ାରେ ୬୪, କଳାହାଣ୍ଡିରେ ୧୫୦, କନ୍ଧମାଳରେ ୧୦୧, କେନ୍ଦ୍ରାପଡ଼ାରେ ୪୮୭, କେନ୍ଦୁଝରରେ ୭୨, ଖୋର୍ଦ୍ଧାରେ ୮୦୯, କୋରାପୁଟରେ ୨୨୦, ମାଲକାନାଗିରିରେ ୧୩୫, ମୟୂରଭଞ୍ଜରେ ୨୭, ନବରଙ୍ଗପୁରରେ ୨୪୨, ନୟାଗଡ଼ରେ ୧୬୪, ନୂଆପଡ଼ାରେ ୬୬, ପୁରୀରେ ୧୧୦, ରାୟଗଡ଼ାରେ ୨୪୬, ସମ୍ବଲପୁରରେ ୨୪୧, ସୋନପୁରରେ ୭୪, ସୁନ୍ଦରଗଡ଼ରେ ୧୮୪ ଓ ରାଜ୍ୟ ପୁଲରେ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor