ସମସ୍ତଙ୍କ ମନକୁ ଛୁଇଁପାରିଛି କାଠ ଗହଣା
ଫେସନ ଜଗତରେ କାଠ ଗହଣା ସମସ୍ତଙ୍କ ମନକୁ ଛୁଇଁପାରିଛି । କଲେଜପଢ଼ୁଆ ଯୁବତୀଙ୍କ ଠାରୁ କର୍ମଜୀବୀ ମହିଳା, ସମସ୍ତେ ଏହି ହାଲକା ଗହଣା ପିନ୍ଧିବାକୁ ଆଗ୍ରହ ଦେଖାଉଛନ୍ତି । ଅନଲାଇନରେ ଉଡେ଼ନ୍ ଜୁଏଲାରୀ ନାମରେ ଭଳିକିଭଳି ଡିଜାଇନରେ ଏ ଗହଣା ମିଳୁଛି ।
- କାଠରେ ତିଆରି ଏହି ଗହଣାର କାନଫୁଲ, ମୁଣ୍ଡକ୍ଲିପ୍ ଯୁବତୀଙ୍କ ପ୍ରଥମ ପସନ୍ଦ । କାନରେ ପିନ୍ଧିବା ପାଇଁ କାଠ ଝୁମକା, ଟପ୍ ମିଳୁଛି । ସାଲୱାର-କମିଜ, ଜିନ୍ସ-କୁର୍ତ୍ତା ସହ ଏହି ଗହଣା ପିନ୍ଧିଲେ ସୁନ୍ଦର ଓ ଆକର୍ଷଣୀୟ ଲାଗେ ।
- ଅଫିସ ଯାଉଥିବା ମହିଳାମାନେ ଶାଢ଼ି ସାଙ୍ଗରେ ଏପରି ମ୍ୟାଚିଙ୍ଗ ଗହଣା ପିନ୍ଧି ଯାଇପାରିବେ ।
- କାଠ ମୁଦିର ଚାହିଦା ବି କିଛି କମ୍ ନାହିଁ । ଉଭୟ ପାରମ୍ପରିକ ଓ ବିଦେଶୀ ପୋଷାକ ସହ ଏ ମୁଦିକୁ ଆପଣ ପିନ୍ଧିପାରିବେ ।
- ଜିନ୍ସ, ସ୍କର୍ଟରେ କାଠରେ ପ୍ରସ୍ତୁତ ନେକଲେସ ପିନ୍ଧିଲେ ବହୁ ଆକର୍ଷଣୀୟ ଲାଗେ । ତିନିକୋଣିଆ ପଦକ ଲାଗିଥିବା କାଠ ହାରକୁ ଶାଢ଼ି ସହ ମଧ୍ୟ ପିନ୍ଧିପାରିବେ ।
- ଏହି ଗହଣା ଗୁଡ଼ିକ ଅଧିକ ଯତ୍ନ ଖୋଜିନଥାଏ । ତା’ ସହ ଏହା ଅତି କମ୍ ଦାମରେ ଡ଼ିଜାଇନରେ ମିଳିଯାଉଛି । ହାଲକା କାଠ ଗହଣାକୁ କୌଣସି ଉତ୍ସବ, ବିବାହ, ବ୍ରତ ଅବସରରେ ବି ପିନ୍ଧିପାରିବେ ।
Powered by Froala Editor