ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ରହିଛି ସୁଜି ଇଡ୍ଲୀର କନେକ୍ସନ, ଜାଣନ୍ତୁ କେମିତି...
ସାଉଥ ଇଣ୍ଡିଆନ ଫୁଡ୍ ଆଉ ଇଡ୍ଲୀ ହୋଇନଥିବ! ଏମିତି କ’ଣ ସମ୍ଭବ । ସାଉଥରେ ଇଡଲୀ ଓ ଚଟ୍ନୀର ଚାହିଦା ବହୁତ ଅଧିକ । ହେଲେ ଜାଣିଛନ୍ତି କି ଇଡ୍ଲୀର ବି ବହୁତ ପ୍ରକାରଭେଦ ରହିଛି । ଚାଉଳ ବଦଳରେ ଏଠି ସୁଜି ଇଡ୍ଲୀକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆହୁରି ରୋଚକ କଥା ଜାଣନ୍ତି କି ସୁଜି ଇଡ୍ଲୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରସ୍ତୁତ ହୋଇଥିଲା । ପ୍ରସିଦ୍ଧ ମବଲ୍ଲି ଟିଫିନ ରୁମସ ବା ଏମଟିଆର ପକ୍ଷରୁ ପ୍ରଥମେ ସୁଜି ଇଡଲୀ ପ୍ରସ୍ତୁତ କରାଯାଇଥିଲା । ଯାହାକି ବେଙ୍ଗାଲୁରୁରେ ରହିଛି ।
୧୯୨୪ ମସିହାରେ ପରମପଲ୍ଲୀ ଯଜ୍ଞନାରୟଣ ମାଇୟା ଓ ତାଙ୍କ ଭାଇମାନେ ଇଡ୍ଲୀ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏଠାରେ ପ୍ରସ୍ତୁତ ସୁଜି ଇଡଲୀ ଏବେ ସାଉଥରେ ପ୍ରସିଦ୍ଧ ହୋଇଯାଇଛି ।
ଆହୁରି ଏକ କଥା, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ସୁଜି ଇଡ୍ଲୀକୁ ସଙ୍କଟକାଳୀନ ପରିସ୍ଥିତି ଦୂରେଇବା ପାଇଁ ପ୍ରସ୍ତୁତ କରାଯାଇଥିଲା । କାରଣ ଚାଉଳ ଯୋଗାଣ କରୁଥିଲା ବର୍ମା ଉପରେ ଜାପାନ କବ୍ଜା କରିଥିବାରୁ ଚାଉଳ ଆମଦାନୀ କମିଯାଇଥିଲା । ଏପଟେ ଚାଉଳ ଦାମ୍ ହୁ ହୁ ହୋଇ ପଢି ଚାଲିଲା । ତେଣୁ ଚାଉଳର ବିକଳ୍ପ ଭାବେ ଇଡ୍ଲୀ ପ୍ରସ୍ତୁତିରେ ସୁଜି ବ୍ୟବହାର କରାଗଲା । ଅନ୍ୟପଟେ ଏମ୍ଠିଆର ବ୍ୟବସାୟ ଘାଟାରେ ଚାଲିଥିଲା । ଏକ ପ୍ରକାର ବେପାର ବନ୍ଦ ହୋଇଯାଇଥିଲା । କିନ୍ତୁ ଜଳଖିଆ ବ୍ୟବସାୟ ଜାରି ରଖିବା ପାଇଁ ଏମ୍ଟିଆର ସୁଜି ଇଡ୍ଲୀ ପ୍ରସ୍ତୁତ କରାଗଲା ।
ଏମଟିଆର ମ୍ୟାନେଜିଂ ପାର୍ଟନର ବିକ୍ରମ ମାଇୟା କହିଛନ୍ତି, ମୋ ଜେଜେ ଯଜ୍ଞନାରାୟଣ ମାଇୟା ସୁଜି ଇଡ୍ଲୀ ପ୍ରଥମ ପ୍ରସ୍ତୁତ କରିଥିଲେ । ସେ ଏହି ଇଡ୍ଲୀକୁ କାଜୁ, ହଦି ଓ ଚଟଣୀ ସହିତ ପରଷିଥିଲେ । ଯାହାକି ସେତେବେଳେ ସମସ୍ତଙ୍କ ଖୁବ୍ ପସନ୍ଦର ହୋଇଥିଲା । ଏବେ ମଧ୍ୟ ଏମଟିଆର ସୁଜି ମିକ୍ସ ବଜାରରେ ଲପଲବ୍ଧ । ଯାହାକି ଗ୍ରାହକଙ୍କ ପସନ୍ଦ ମଧ୍ୟ ।
Powered by Froala Editor