ରାଜସ୍ଥାନରେ ବଡ଼ ଲିଥିୟମ ଭଣ୍ଡାର, ଭାରତର ୮୦ ପ୍ରତିଶତ ଚାହିଦା ପୂରଣ କରିବ
ରାଜସ୍ଥାନର ଦେଗାନା (ନାଗୌର)ରେ ଲିଥିୟମ୍ ଭଣ୍ଡାର ଆବିଷ୍କୃତ ହୋଇଛି । ଯାହା ଜମ୍ମୁ-କଶ୍ମୀରରେ ଆବିଷ୍କୃତ ଭଣ୍ଡାରଠାରୁ ବି ଅଧିକ ବୋଲି ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସଆଇ) ଦାବି କରିଛି ।
ଲିଥିୟମ୍ ମୋବାଇଲ୍-ଲାପଟପ୍, ଇଲେକ୍ଟ୍ରିକ୍ ଯାନ ଏବଂ ଅନ୍ୟ ଚାର୍ଜେବଲ୍ ବ୍ୟାଟେରୀ ତିଆରି କରିବାରେ ବ୍ୟବହୃତ ହୁଏ । ଲିଥିୟମ୍ ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ବିଦେଶୀ ଯୋଗାଣ ଉପରେ ନିର୍ଭରଶୀଳ। ୨୦୨୦-୨୧ରେ ଭାରତ ୬ ହଜାର କୋଟି ଟଙ୍କାର ଲିଥିୟମ ଆମଦାନୀ କରିଥିଲା । ଏହା ମଧ୍ୟରେ ଚୀନରୁ ହୋଇଥିବା ୩୫୦୦ କୋଟି ଟଙ୍କାର ଆମଦାନୀ ଅନ୍ତର୍ଭୁକ୍ତ । ଏଣୁ ଏହି ଲିଥିୟମ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ।
ଜିଏସଆଇ ଏବଂ ଖଣି ଅଧିକାରୀମାନେ ଦାବି କରିଛନ୍ତି ଯେ ରାଜସ୍ଥାନର ଦେଗାନା (ନାଗୌର)ରେ ଥିବା ଲିଥିୟମ୍ ଭଣ୍ଡାର ଭାରତର ମୋଟ ଚାହିଦାର ୮୦ ପ୍ରତିଶତ ପୂରଣ କରିପାରିବ । ଏହି ଭଣ୍ଡାରର ଆବିଷ୍କାର ଲିଥିୟମ୍ ପାଇଁ ଚୀନ୍ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହୋଇପାରିବ ।
Powered by Froala Editor