ମନ୍ଦିର ପାଖରେ ପୁଣି ବୋମା ପଡ଼ିଲା
ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ଥରେ ବୋମା ଫୁଟିଛି । ଆଜି ସକାଳେ ସ୍ୱର୍ଣ୍ଣ ମନ୍ଦିର ନିକଟ ‘ହେରିଟେଜ ଷ୍ଟ୍ରିଟ୍’ରେ ଏକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହାର ଶବ୍ଦ ପ୍ରାୟ ୧ କିମି ବ୍ୟାପି ସ୍ୱର୍ଣ୍ଣମନ୍ଦିର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ପୁଲିସ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ବୋମା ନିଷ୍କ୍ରିୟକାରୀ ଦଳ ବୋମାର କିଛି ଅଂଶ ଜବତ କରି ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି।
ଗତ ଶନିବାର ରାତିରେ ଏକ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ।ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଖପାଖ ଘରର ଝରକା ଭାଙ୍ଗି ଯାଇଥିଲା। ପୁଲିସ୍ ଉକ୍ତ ଘଟଣାର ତଦନ୍ତ କରି ବୋମା ବିସ୍ଫୋରଣର କାରଣ ଓ ଏହା ପଛରେ କାହା ହାତ ଅଛି ଜାଣି ପାରି ନଥିବା ବେଳେ ଆଜି ପୁଣି ଥରେ ସମାନ ଘଟଣା ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି ।
Powered by Froala Editor