ଫୁଟନ୍ତା ପାଣି ବାଲତିରେ ବୁଡ଼ାଇ ପ୍ରେମିକାର ଶିଶୁପୁତ୍ରକୁ ହତ୍ୟା କଲା ପ୍ରେମିକ
ପୁନେ: ଫୁଟନ୍ତା ପାଣି ବାଲତିରେ ବୁଡ଼ାଇ ପ୍ରେମିକାର ବର୍ଷକର ଶିଶୁପୁତ୍ରକୁ ହତ୍ୟା କରିଛି ପ୍ରେମିକ। ଏଭଳି ଅମାନବୀୟ କାର୍ଯ୍ୟ ମହାରାଷ୍ଟ୍ରର ପୁନେରେ ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ମହିଳାଙ୍କ ସହ ଲୋକଟିର ଅବୈଧ ସମ୍ପର୍କ ଥିବା ପୁଲିସ ପ୍ରକାଶ କରିଛି। ମହିଳାଙ୍କ ଅଭିଯୋଗ ଭିତ୍ତିରେ ଖେଦ ଅଞ୍ଚଳର ବିକ୍ରମ ଶରଦ କୋଲେକରକୁ ପୁଲିସ ଗିରଫ କରିଛି।
ପୁଲିସର କହିବା ଅନୁସାରେ ଏପ୍ରିଲ ୬ ତାରିଖରେ ବିକ୍ରମ ମହିଳାଙ୍କ ଘରକୁ ଯାଇଥିଲା। ମହିଳା ଜଣକ ବିକ୍ରମ ଦାୟିତ୍ବରେ ପୁଅକୁ ଛାଡ଼ି ବାହାରକୁ ଯାଇଥିବା ବେଳେ ବିକ୍ରମ ଏକ ଫୁଟନ୍ତା ପାଣିଭର୍ତ୍ତି ବାଲତିରେ ଶିଶୁପୁତ୍ରଟିକୁ ବୁଡ଼ାଇ ଦେଇଥିଲା। ବିକ୍ରମର ଏହି ଅମାନୁଷିକ କାର୍ଯ୍ୟ ପାଇଁ ଶିଶୁଟି ଗୁରୁତର ଆହତ ହୋଇଥିଲା। ଆହତ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଏପ୍ରିଲ ୧୫ ତାରିଖରେ ତା’ର ମୃତ୍ୟୁ ହୋଇଯାଇଛି। ମହିଳା ଜଣକ ନିଜ ସ୍ବାମୀଠାରୁ ଅଲଗା ରହୁଥିବା ବେଳେ ବିକ୍ରମ ସହ ଅବୈଧ ସମ୍ପର୍କ ରଖିଥିଲେ। ମହିଳା ଜଣକ ତାଙ୍କୁ ବିବାହ କରିବାକୁ ମନା କରିବାରୁ ବିକ୍ରମ ଏପରି ନୃଶଂସ କାଣ୍ଡ କରିଥିବା ଜଣାପଡ଼ିଛି। କାରଣ ସେ ଭାବୁଥିଲା ଏହି ପୁଅଟି ହିଁ ତା’ ବିବାହ ରାସ୍ତାରେ କଣ୍ଟା ସାଜିଛି।
Powered by Froala Editor