ଗ୍ରୀଷ୍ମଦିନିଆ ତ୍ୱଚାରେ ଲଗାନ୍ତୁ ଏହି ପ୍ୟାକ
ଗ୍ରୀଷ୍ମଦିନିଆ ଝାଞ୍ଜି ପବନରେ ବାହାରକୁ ଆସିବା ମାତ୍ରେ ତ୍ୱଚାର ରଙ୍ଗ ମଳିନ ପଡ଼ିଯାଇଥାଏ । ଏହି ଦିନରେ କେତେକ ଘରୋଇ ଉପାୟ ଅବଲମ୍ବନ କରିବା ଦ୍ୱାରା ତ୍ୱଚା ଚମକିଥାଏ । ମୁହଁ, ହାତ, ପାଦର ଯତ୍ନ ନେବା ପାଇଁ ପ୍ରଥମେ ଆବଶ୍ୟକ ଜିନିଷକୁ ସଂଗ୍ରହ କରିନେବା । ପ୍ରତିଦିନ ଗାଧୋଇବା ସମୟରେ ତ୍ୱଚାରେ ଏହାକୁ ପ୍ୟାକ କରି ଲଗାନ୍ତୁ । ତା’ ସହ ଖରାରୁ ଫେରିବା ପରେ ମଧ୍ୟ ଏହାକୁ ଲଗାନ୍ତୁ ।
- କଫି ଦୁଇ ଚାମଚରେ ଚାଉଳ ଗୁଣ୍ଡ ଅଧ ଚାମଚ ଓ କଞ୍ଚା ଖିର ମିଶାଇ ପୂରା ଶରୀରରେ ଲଗାଇବେ । ୧୦ ମିନିଟ ପରେ ଥଣ୍ଡା ପାଣିରେ ତ୍ୱଚାକୁ ମାଲିସ କରି ଗାଧୋଇବେ ।
- କାକୁଡ଼ି ରସରେ ଅଟା ୩ଚାମଚ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ପ୍ୟାକ ଶୁଖିଗଲା ପରେ ଧୋଇଦିଅନ୍ତୁ । ଏହି ପ୍ୟାକ ତ୍ୱଚାରେ କମ୍ ସମୟରେ ଚମକ ଆଣିଥାଏ ।
- ମୁଲତାନି ମାଟିରେ ଦହି ଓ ଟମାଟୋ ରସ ମିଶାଇ ତ୍ୱଚାରେ ପ୍ୟାକ ଭଳି ଲଗାନ୍ତୁ । କିଛି ଦିନପରେ ଆପଣ ଫରକ ଅନୁଭବ କରି ପାରିବେ ।
Powered by Froala Editor