କାଳ ହେଲା ନୋ ସେଲ୍ଫି ଜୋନରେ ସେଲ୍ଫି : ୪ ମୃତ

ଗୋଆ ବେଳାଭୂମିର ନୋ ସେଲ୍ଫି ଜୋନ୍ରେ ସେଲଫି ନେବା କାଳ ହୋଇଛି । ସେଲ୍ଫି ନେବା ବେଳେ ଗଭୀର ଖାଇରେ ପଡି ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଭିତରେ ଜଣେ ୧୨ ବର୍ଷର ନାବାଳକ ମଧ୍ୟ ଅଛନ୍ତି । ମୃତକମାନଙ୍କ ମଧ୍ୟରେ ମହମ୍ମଦ ଅଲି (୨୫) , ଭକିଲ୍ ଅଲି, ସକିନା ଖାତୁନ୍ ଏବଂ ଜଣେ ୧୨ ବର୍ଷର ବାଳକ ରହିଛନ୍ତି । ଏମାନେ ଉତ୍ତର ଗୋଆର ବାସିନ୍ଦା ।
ରବିବାରରେ ଗୋଆର କ୍ୟୁରେମି ବେଳାଭୂମିରେ ଥିବା ପଥର ଉପରେ ଛିଡା ହୋଇ ଏମାନେ ସେଲ୍ଫି ନେଉଥିଲେ । ପଥର ଉପରେ ଛିଡା ହୋଇଥିବା ବେଳେ ଏକ ଢେଉ ଆସିବାରୁ ସମସ୍ତେ ପାଣିକୁ ଖସି ପଡିଥିଲେ । ସେଠାରେ ନୋ ସେଲ୍ଫି ଜୋନ୍ ଲେଖାଯାଇଥିବା ସତ୍ତ୍ୱେ ସେମାନେ ତାକୁ ନମାନି ପଥର ଉପରେ ସେଲ୍ଫି ନେଇଥିବା କୁହାଯାଉଛି ।
ଏହାପରେ ସେଠାରେ ଥିବା ଲୋକମାନେ ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଦୁଇ ଜଣଙ୍କୁ ଲାଇଫ୍ଗାର୍ଡ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତରସେମାନଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।
Powered by Froala Editor