ବିରାଟଙ୍କୁ ଗୋଟିଏ ଗୋଡ଼ରେ ନଚାଇଲେ ଅନୁଷ୍କା
ଅନୁଷ୍କାଙ୍କ ସହ ବିରାଟଙ୍କ ଗୋଟିଏ ଗୋଡ଼ରେ ଡ୍ୟାନ୍ସ ଏବେ ଭାଇରାଲ ହେବାରେ ଲାଗିଛି। ସୋମବାର ଏହି ଭିଡିଓକୁ ଇନଷ୍ଟାଗ୍ରାମ ରିଲ୍ସରେ ସେୟାର କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ଲେଖିଛନ୍ତି ଯେ 'ଡ୍ୟାନ୍ସ ପେ ଚାନ୍ସ',। ଯାହା ତାଙ୍କ ଡେବ୍ୟୁ 'ରବ ନେ ବନାଦି ଯୋଡି' ଗୀତକୁ ସେ ବାଛିଛନ୍ତି। ଅପଲୋଡ୍ କରିବା ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ ଲଭ୍ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ।
ଜିମ୍ ସେଣ୍ଟରରେ ଦୁଇ ଜଣ ପ୍ରଥମେ ଡ୍ୟାନ୍ସ କରି ଏଣ୍ଟ୍ରି କରୁଛନ୍ତି। ଦୁଇ ଜଣ ପ୍ରବେଶ କରିବା ସମୟରେ ଡ୍ୟାନ୍ସର ଷ୍ଟାଇଲ୍ ଯେପରି ଏକା ସମୟରେ ରହୁଛି। ପରେ ଗୋଟିଏ ଗୋଡ଼ରେ ବିରାଟ ଓ ଅନୁଷ୍କାଙ୍କୁ ଡ୍ୟାନ୍ସ କରିବାର ଦେଖିବାକୁ ମିଳୁଛି। କିଛି କ୍ଷଣ ପରେ ବିରାଟ ଆଗକୁ ଝୁଙ୍କି ପଡ଼ି ଫ୍ରେମ୍ରୁ ବାହାରି ଯାଉଛନ୍ତି। ତାଙ୍କ ପଛରେ ହସି ହସି ଅନୁଷ୍କା ମଧ୍ୟ ଚାଲିଯାଉଛନ୍ତି।
Powered by Froala Editor