ଏସବିଆଇକୁ ତାଗିଦ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କାରଣ...

ନୂଆଦିଲ୍ଲୀ: ପରିଣତ ବୟସରେ ଭଙ୍ଗା ଗୋଡ଼ରେ ପ୍ଲାଷ୍ଟିକ ଚେୟାର ସାହାଯ୍ୟରେ ଚାଲି ଚାଲି ପେନସନ ପାଇଁ ଯାଉଥିବା ଭିଡିଓକୁ ନେଇ ଏସବିଆଇକୁ ତାଗିଦ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନବରଙ୍ଗପୁର ଝରିଗାଁର ବୃଦ୍ଧାଙ୍କ ଭିଡିଓକୁ ସେୟାର କରି ନିର୍ମଳା ସୀତାରମଣ ଏନେଇ ଷ୍ଟେଟ ବ୍ୟାଙ୍କ ଅବଗତ ଅଛନ୍ତି କି ନାହିଁ ଏବଂ ମାନବିକତା ଦୃଷ୍ଟିରୁ କଣ ପଦକ୍ଷେପ ନେଇଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ।
ନବରଙ୍ଗପୁର ଝରିଗାଁ ବ୍ଲକ ବଣୁଆଗୁଡାର ସୂର୍ୟ୍ୟ ହରିଜନ ପେନସନ ଟଙ୍କା ପାଇଁ ପ୍ଲାଷ୍ଟିକ ଚେୟାରରେ ଏପରି ଯାଉଥିବାର ଦେଖିବାକୁ ମିଳିଥିଲା । ନିର୍ମଳା ସୀତାରମଣଙ୍କ ଟ୍ୱିଟ ପରେ ତତ୍ପର ହୋଇଉଠିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଉତର ରଖି ଏସବିଆଇ କହିଛି ଝରିଗାଁରେ ଥିବା ସିଏସପି ପଏଣ୍ଟରୁ ପେନସନ ଟଙ୍କା ଉଠାଉଥିଲେ । କିନ୍ତୁ ସିଏସପି ପଂଏଟରେ ତାଙ୍କ ଫିଙ୍ଗର ପ୍ରିଣ୍ଟ ମ୍ୟାଚ ନକରିବାରୁ ଝରିଗାଁ ବ୍ରାଞ୍ଚକୁ ତାଙ୍କ ସମ୍ପର୍କୀୟଙ୍କ ସହ ଆସିଥିଲେ । ଏହାପରେ ତାଙ୍କୁ ତୁରନ୍ତ ପେନସନ ଟଙ୍କା ଦେଇ ଦିଆଯାଇଥିଲା । ତେବେ ଆସନ୍ତା ମାସଠାରୁ ତାଙ୍କ ଘରେ ପେନସନ ଟଙ୍କା ଦେଇ ଆସିବାକୁ ପ୍ରତିଶ୍ରୁତି ଦେଇଛି ଏସବିଆଇ । ଏହା ସହ ତାଙ୍କୁ ଏକ ହ୍ୱିଲ ଚେୟାର ଯୋଗାଇ ଦେବାକୁ ମଧ୍ୟ ଷ୍ଟେଟ ବ୍ୟାଙ୍କ ପ୍ରତିଶ୍ରୁତି ଦେଇଛି ।
Powered by Froala Editor