ଚେତିଲେ ସରକାର : ଦିନ ୧୨ରୁ ୫ଟା ଯାଏ ସବୁ କାର୍ଯ୍ୟକ୍ରମ ବନ୍ଦ
ଏଣିକି ଦିନ ୧୨ଟାରୁ ଅପରାହ୍ନ ୫ଟା ରାଜ୍ୟରେ କୌଣସି କାର୍ଯ୍ୟକ୍ରମ ଖୋଲା ସ୍ଥାନରେ ହୋଇପାରିବ ନାହିଁ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ପ୍ରବଳ ଖରା ଯୋଗୁ ୧୪ ଜଣ ଲୋକ ପ୍ରାଣ ହରାଇବା ପରେ ଏ ନିଷ୍ପତ୍ତି ନେଇଛନ୍ତି ସରକାର।
ରବିବାର ନଭି ମୁମ୍ବାଇର ଖାରଘର ଠାରେ ମହାରାଷ୍ଟ୍ର ଭୂଷଣ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ କେନ୍ଦ୍ରମନ୍ତ୍ରୀ କପିଲ ପାଟିଲ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ। ଲୋକମାନେ ପ୍ରବଳ ଖରା ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ଭିଡ଼ ଓ ଖରା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା।
ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାର ଦିନ ୧୨ଟାରୁ ଅପରାହ୍ନ ୫ଟା ଯାଏ ଖୋଲା ସ୍ଥାନରେ କୌଣସି ପ୍ରକାରର ସାଧାରଣ ସଭା ହୋଇପାରିବ ନାହିଁ ବୋଲି କହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ କାର୍ଯ୍ୟକାରୀ କରାଯିବ।
Powered by Froala Editor