ମାଲକାନଗିରି ଜଙ୍ଗଲରେ ଅଲ୍ଲୁ ଅର୍ଜୁନ
ମାଲକାନଗିରିରେ 'ପୁଷ୍ପା-2' ର ସୁଟିଂ ଆରମ୍ଭ ହୋଇଛି । ପହଁଚିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ।ମାଲକାନଗିରି ସ୍ୱାଭିମାନ ଅଂଚଳର ପାଦଦେଶ ତଥା ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା ତରାବୁରେ ଆରମ୍ଭ ହୋଇଛି ସୁଟିଂ। ମାଲକାନଗିରି ଜଙ୍ଗଲ ଦେଖିବାକୁ ପୁଷ୍ପା ପାର୍ଟ ୱାନ୍ ସୁଟିଂ ହୋଇଥିବା ଆନ୍ଧ୍ରର ମେର୍ଦ୍ଦୁମଲି ଜଙ୍ଗଲ ଭଳି। ତେଣୁ ଏହି ଲୋକେସନକୁ ବାଛିଛି ଫିଲ୍ମ ନିର୍ମାଣକାରୀ ସଂସ୍ଥା। ଘନ ଜଙ୍ଗଲ ଭିତରେ ଫିଲ୍ମର ପୁରା ଟିମ୍ ପାଇଁ ତିଆରି ହୋଇଛି ସୁଟିଂ ସେଟ୍। ଦୁଇ ଦିନ ହେଲା ପ୍ରଡକ୍ସନ ଟିମ୍ ସୁଟିଂ ଜାରି ରଖିଥିବା ବେଳେ ହାଫ୍ ପ୍ୟାଣ୍ଟ ଓ କଳା ଟିସାର୍ଟରେ ଅଲ୍ଲୁଙ୍କ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି।
ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ପୁଷ୍ପା-୨ର ଟିଜର ରିଲିଜ୍ ହୋଇସାରିଛି । ସମେତ ଅଲ୍ଲୁଙ୍କ ଜବରଦସ୍ତ ଡାଏଲଗ୍ ନଜର ଆସିଛି। ଫିଲ୍ମ ନିର୍ମାଣ ସଂସ୍ଥାର ଏକ ଟିମ୍ ପୂର୍ବରୁ ଡେରା ପକାଇଥିଲେ ମାଲକାନଗିରିରେ। ଜିଲ୍ଲାର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡାରେ ନିର୍ମିତ ପୋଲ ନିକଟରେ ସୁଟିଂ କରିବାକୁ ଯୋଜନା ହୋଇଛି।
Powered by Froala Editor