ଛାତ୍ରଙ୍କୁ ବାଧ୍ୟ କରୁଥିଲେ ସମ୍ପର୍କ ରଖିବାକୁ, ଗିରଫ ହେଲେ ୬ ଶିକ୍ଷୟିତ୍ରୀ
ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ସମ୍ପର୍କ ପବିତ୍ର । ହେଲେ ଯେତେବେଳେ କିଛି ହୀନ ମନସ୍କ ଲୋକ ବିଦ୍ୟାଳୟ ଭଳି ପବିତ୍ର ସ୍ଥାନରେ ପାଦ ରଖନ୍ତି ସେହି ସ୍ଥାନକୁ ଅପବିତ୍ର କରିଦିଅନ୍ତି । ସେହିଭଳି ୬ ଜଣ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି । ଏମାନେ ନାବାଳକଙ୍କ ସହିତ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଆମେରିକାର ଭିନ୍ନ ଭିନ୍ନ ସ୍ଥାନରୁ ଏହି ଶିକ୍ଷୟିତ୍ରୀମାନଙ୍କୁ ଗିରଫ କରାଯାଇଛି । ଗିରଫ ଶିକ୍ଷୟିତ୍ରୀଙ୍କ ମାନେ ହେଉଛନ୍ତି ଏଲନ ଶେଲ (୩୮), ହିଦର ହାରେ (୩୨), ଏମିଲୀ ହ୍ୟାନକକ (୨୬), କ୍ରିଷ୍ଟେନ ଗାଣ୍ଟ (୩୬), ଆଲିଆଜ ଖେରାଡମାଣ୍ଡ (୩୩) ଓ ହେନା ମାର୍ଥ (୨୬)। ଏମାନେ ଜବରଦସ୍ତ ନାବାଳକଙ୍କ ସହ ସମ୍ପର୍କ ରଖୁଥିଲେ । ନହେଲେ ସେମାନଙ୍କୁ ଧମକଚମକ ଦେଉଥିଲେ । ସବୁ ନାବାଳକଙ୍କ ବୟସ ୧୫ରୁ ୧୭ ବର୍ଷ ଭିତରେ ।
ଏଲନ ଶେଲ କାଲିଫର୍ଣ୍ଣିଆର ଡ୍ୟାନଭିଲର ଏକ ସ୍କୁଲରେ ପାଠ ପଢ଼ାଉଥିଲେ। ସେ ସେଠାରେ ଦୁଇ ଜଣ ୧୬ ବର୍ଷୀୟ ବାଳକଙ୍କ ସହିତ ଯୌନ ସଂପର୍କ ସ୍ଥାପନ କରିଥିଲେ। ଏହା ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଗତ ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା।
ହିଦର ହାରେ ଆମେରିକାର ଦକ୍ଷିଣରେ ଥିବା ଏକ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ସେ ସ୍କୁଲର ଜଣେ ନାବାଳକ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିଲେ। ସେହିପରି ଓକଲାହୋମାର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଏମିଲୀ ହ୍ୟାନକକ୍ଙ୍କୁ ଗୁରୁବାର ଦିନ ଗିରଫ କରାଯାଇଥିଲା। ସେ ଜଣେ ୧୫ ବର୍ଷର ଛାତ୍ର ସହିତ ଯୌନ ସଂପର୍କ ରଖିଥିଲେ। ସେ ସ୍କୁଲ ପରିସରରେ ଉକ୍ତ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିଲେ।
ଜେମ୍ସ ମେଡିସନ ହାଇସ୍କୁଲର ଆଲିଆଜ ଖେରାଡମାଣ୍ଡ ଜଣେ ନାବାଳକ ଛାତ୍ରଙ୍କ ସହିତ ଅନେକ ମାସ ଧରି ଯୌନ ସଂପର୍କ ରଖିଥିଲେ। ସେ ଉକ୍ତ ଛାତ୍ରଙ୍କୁ ନିର୍ଯାତନା ମଧ୍ୟ ଦେଉଥିଲେ। ପେନସିଲଭେନିଆର ଏକ ସ୍କୁଲରେ ଜାଭଲିନ କୋଚ୍ ଥିବା ହେନା ମାର୍ଥ ଜଣେ ୧୭ ବର୍ଷୀୟ ବାଳକଙ୍କ ସହିତ ଯୌନ ସଂପର୍କ ରଖିଥିଲେ। ଏକ କ୍ୟାଥୋଲିକ ହାଇସ୍କୁଲରେ ପଢ଼ାଉଥିଲେ ୩୬ ବର୍ଷୀୟା କ୍ରିଷ୍ଟେନ ଗାଣ୍ଟ। ସେ ସ୍କୁଲର ଜଣେ ନାବାଳକଙ୍କ ସହିତ ୫ ଥର ଯୌନ ସଂପର୍କ ରଖିଥିଲେ। ଉଭୟ ସ୍କୁଲ ପରିସରରେ ଓ ଏହା ବାହାରେ ସେ ଉକ୍ତ ଛାତ୍ରଙ୍କ ସହିତ ଯୌନ ସଂପର୍କ ରଖିଥିଲେ।
Powered by Froala Editor