CAPF କନଷ୍ଟେବଳ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି : ଏଣିକି ଓଡ଼ିଆରେ ଦେଇପାରିବେ ପରୀକ୍ଷା
କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫ କନଷ୍ଟେବଳ ପରୀକ୍ଷାରେ ଏଣିକି ଓଡ଼ିଆରେ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ । ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। ଏହି ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଆ ମଧ୍ୟ ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଯେଉଁ ଭାଷାକୁ ଅନୁମତି ମିଳିବ ସେଗୁଡିକ ହେଲା-ଆସାମୀ, ବଙ୍ଗଳା, ଗୁଜରାଟି, ମରାଠୀ, ମାଲାୟାଲମ, କନ୍ନଡ଼, ତାମିଲ, ତେଲଗୁ, ଓଡ଼ିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ । ଏହା ସହ ହିନ୍ଦୀ ଓ ଇଂରାଜୀରେ ବି ପ୍ରାର୍ଥୀ ପରୀକ୍ଷା ଦେଇପାରିବେ ।
ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରେ ଅଧିକରୁ ଅଧିକ ସ୍ଥାନୀୟ ଯୁବବର୍ଗଙ୍କୁ ସାମିଲ ହେବାକୁ ଆକୃଷ୍ଟ କରିବାକୁ ତଥା ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor