ବିଜେପି ନେତାଙ୍କୁ ଅଫିସ୍ରେ ପଶି ଗୁଳି ମାରିଦେଲେ
ଦିଲ୍ଲୀ ‘ବିଜେପି’ ନେତା ସୁରେନ୍ଦ୍ର ମାଟିୟାଲାଲ୍ଙ୍କୁ ତାଙ୍କ ଅଫିସ୍ରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି। ବିନ୍ଦାପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ସାଢେ ୮ଟାରେ ସୁରେନ୍ଦ୍ର କୁମାର ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ କିଛି ଅଜ୍ଞାନ ବାଇକ୍ ଚାଳକ ସେଠାରେ ପହଞ୍ଚିଥିଲେ। ସେମାନେ ଅତର୍କିତ ଭାବେ ସୁରେନ୍ଦ୍ର କୁମାରଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ୬ ରାଉଣ୍ଡ ଗୁଳି ଚଳାଇଥିଲେ।
ପୁଲିସ କହିବା ଅନୁସାରେ, ସନ୍ଧ୍ୟା ପ୍ରାୟ ୭.୩୦ରେ ମାଟିୟାଲାଲ୍ ଓ ତାଙ୍କ ପୁତୁରା ଦ୍ବାରକାସ୍ଥିତ ଅଫିସ୍ରେ ବସି ଟେଲିଭିଜନ୍ ଦେଖୁଥିବା ବେଳେ ମୁହଁ ଘୋଡ଼ାଇ ଥିବା ଦୁଇଜଣ ବ୍ୟକ୍ତି ଭିତରକୁ ଆସି ମାଟିୟାଲାଲ୍ଙ୍କୁ ମାରଧର କରିବା ପରେ ଖୁବ୍ ନିକଟରୁ ଗୁଳି ମାରିଥିଲେ। ତା’ପରେ ତୁରନ୍ତ ସେମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।
ସମୁଦାୟ ୩ଜଣ ଆକ୍ରମଣକାରୀ ଥିଲେ ବୋଲି ପୁଲିସ କହିଛି। ମାଟିୟାଲାଲ୍ଙ୍କୁ ହତ୍ୟା କରିବା ପାଇଁ ୨ଜଣ ଅଫିସ୍କୁ ଯାଇଥିବା ବେଳେ ଜଣେ ବାଇକ୍ରେ ବସି ବାହାରେ ଅପେକ୍ଷା କରିଥିଲେ। ମାଟିୟାଲାଲ୍ଙ୍କୁ ହତ୍ୟା କରିବା ପରେ ତିନିହେଁ ସେ ବାଇକ୍ ଚଢ଼ି ଘଟଣାସ୍ଥଳରୁ ଖସି ପଳାଇଥିଲେ। ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor