ଓଡ଼ିଆ ନବବର୍ଷରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।ଟୁଇଟ୍ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି: ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଛି। ଏ ଅବସରରେ ପାଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ବତ ସଭାସମିତି ମଧ୍ୟ ଆୟୋଜିତ ହେଉଅଛି। ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖ ସମୃଦ୍ଧି କାମନା କରୁଅଛି।
ଏହାଛଡ଼ା, ଆଜି ଦେଶର ଅନ୍ୟାନ୍ୟ ପ୍ରଦେଶରେ ପାଳନ କରାଯାଉଥିବା ବୈଶାଖୀ, ବିଶୁ, ରୋଙ୍ଗାଲୀ ବିହୂ, ନବବର୍ଷ, ବୈଶାଖଡୀ ଏବଂ ପୁତାନ୍ଦୁ ପିରାପୁର ଶୁଭ ଅବସରରେ ମଧ୍ୟ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି, ଆଜି ଆମ ସମ୍ବିଧାନର ପ୍ରଣେତା ବାବାସାହେବ ଭୀମରାଓ ରାମ୍ଜୀ ଆମ୍ବେଦକର୍ଙ୍କ ଜୟନ୍ତୀ ଅବସରରେ ମଧ୍ୟ ରାଷ୍ଟ୍ରପତି ମୁର୍ମୁ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
Powered by Froala Editor